ବ୍ରହ୍ମପୁରରେ ବିଜେପି ସମାବେଶ,ସମ୍ବୋଧନ କରିବେ ରାଜନାଥ ସିଂହ

ଭୁବନେଶ୍ୱର,୨୦।୨  : କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଗୁରୁବାର ଦିନିକିଆ ଓଡିଶା ଗସ୍ତରେ ଆସୁଛନ୍ତି। ସେ ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ଆୟୋଜିତ କର୍ମୀ ସମ୍ମିଳନୀରେ ସାମିଲ ହୋଇ ୨୦୨୪ ନିର୍ବାଚନ ରଣନୀତି ବାବଦରେ ସମ୍ବୋଧନ କରିବେ ବୋଲି ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି।ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟରେ ନିଜର କର୍ମୀ ଓ ନେତାଙ୍କ ମନୋବଳ ବୃଦ୍ଧି ପାଇଁ ବିଜେପି ଜୋରଦାର ପ୍ରୟାସ ଆରମ୍ଭ କରିଛି । ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୨୨ତାରିଖ ଗୁରୁବାର ଦିନିକିଆ ଗସ୍ତରେ ଆସି ନବରଙ୍ଗପୁର, ବ୍ରହ୍ମପୁର ଓ ବାରିପଦା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ବ୍ରହ୍ମପୁରରେ ବିଜେପିର ବିଶାଳ କର୍ମୀ ସମାବେଶକୁ ରାଜନାଥ ସମ୍ବୋଧିତ କରିବା ସହ ନବରଙ୍ଗପୁର ଓ ବାରିପଦାରେ ଜିଲ୍ଲାର କୋରଟିମ୍ ସହ ନିର୍ବାଚନୀ ରଣନୀତି ପ୍ରସଙ୍ଗରେ ବିଚାରବିମର୍ଶ କରିବେ ବୋଲି ଜଣାପଡ଼ିଛି।ବିଜେପି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ବରିଷ୍ଠ ବିଜେପି ନେତା ରାଜନାଥ ସିଂହ ବିଶାଖାପାଟଣା ବିମାନ ବନ୍ଦରରୁ ଜଗଦଲପୁର ଦେଇ ୨୨ତାରିଖ ସକାଳ ୧୦ଟା ୫୦ମିନିଟରେ ନବରଙ୍ଗପୁରରେ ପହଂଚିବେ । ସେଠାରେ ଦିନ ୧୧ଟାରୁ ୧୨ଟା ପର୍ଯ୍ୟନ୍ତ ଏକଘଣ୍ଟା ଧରି ଜିଲ୍ଲାର ବିଜେପି କୋର କମିଟି ନେତାମାନଙ୍କ ସହ ବୈଠକ କରିବେ। ଏହାପରେ ଶ୍ରୀ ସିଂହ ଦିନ ପ୍ରାୟ ସାଢ଼େ ୧ଟାରେ ଘରୋଇ ହେଲିକପ୍ଟରରେ ବ୍ରହ୍ମପୁର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ପହଂଚିବେ । ସେଠାରେ ଦିନ ୧ଟା ୪୫ମିନିଟରୁ ପ୍ରାୟ ୨ଟା ୪୫ମିନିଟ୍ ଏକଘଣ୍ଟା ଧରି ଦଳୀୟ କର୍ମୀ ସମାବେଶକୁ ସମ୍ବୋଧିତ କରିବେ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!