ନୂଆଦିଲ୍ଲୀ,୨୧।୨: ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ଏବଂ ବିଶିଷ୍ଟ ଆଇନଜୀବୀ ଫାଲି ଏସ୍ ନରିମନଙ୍କ ବୁଧବାର ଦେହାନ୍ତ ହୋଇଛି । ସେ ୯୫ ବର୍ଷ ବୟସରେ ଦିଲ୍ଲୀ ସ୍ଥିତ ତାଙ୍କ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଗତ କିଛି ଦିନ ହେବ ସେ ଅସୁସ୍ଥ ଥିଲେ । ଏନେଇ କଂଗ୍ରେସ ନେତା ଅଭିଷେକ ସିଙ୍ଘୱି ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରି ଲେଖିଛନ୍ତି, ‘ଗୋଟିଏ ଯୁଗର ଅନ୍ତ ହେଲା । ଫାଲି ନରିମନ୍ ଏବେ ଆମ ଗହଣରେ ନାହାଁନ୍ତି । ସେ ଆମ ହୃଦୟରେ ସବୁବେଳେ ରହିବେ ।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |