ବାରବାଟୀ ଷ୍ଟାଡିୟମର ଆରମ୍ଭ ହେବ ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କଲେ ଫାଇଭ୍‌-ଟି ଅଧ୍ୟକ୍ଷ

କଟକ,,୨୧ା୨ : ବାରବାଟୀ ଷ୍ଟାଡିୟମରେ ଫାଇଭ୍-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍। ବୁଧବାର ସକାଳୁ କଟକ ବାରବାଟୀ ଷ୍ଟାଡିୟମ୍‌ ଯାଇ ଷ୍ଟାଡିୟମ ନବୀକରଣ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ବାରବାଟୀ ୱାଲ୍ଡ କ୍ଲାସ୍ ଷ୍ଟାଡିୟମ୍‌ ହେବାକୁ ଥିବାବେଳେ ଏଥିଲାଗି ପ୍ରାୟ ୭୦୦ରୁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ବାରବାଟୀର ୩ଟି ଗ୍ୟାଲେରୀକୁ ନୁଆ ରୂପ ଦିଆଯିବା ସହ ସଂଲଗ୍ନ ରାସ୍ତାର ପ୍ରଶସ୍ତିକରଣ କରାଯିବ। ଆସନ୍ତା ସପ୍ତାହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତିପ୍ରସ୍ତର ସ୍ଥାପନ କରିବାର କାର୍ଯ୍ୟକ୍ରମ ରହିଛି। ଏଥିଲାଗି ବୁଧବାର କଟକ ବାରବାଟୀ ଷ୍ଟାଡିୟମ୍ ଯାଇ ଷ୍ଟାଡିୟମ ନବୀକରଣ ପ୍ରକଳ୍ପ କାର୍ଯ୍ୟ ତଦାରଖ କରିଛନ୍ତି। ପରିଦର୍ଶନ ସମୟରେ ଓସିଏ ସଭାପତି ପ୍ରଣବ ପ୍ରକାଶ ଦାସ ଏବଂ  ଓସିଏ ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ।  ବିସିସିଆଇର ଅନୁଦାନ ଓ ରାଜ୍ୟ ସରକାରଙ୍କ ସହାୟତାରେ ଉନ୍ନତିକରଣ କାମ କରାଯିବ। ନୂତନ ଗ୍ୟାଲେରି ସହ ବହୁ ଉନ୍ନତିକରଣ କାମ କରାଯାଇ ଏକ ବିଶ୍ବସ୍ତରୀୟ ଷ୍ଟାଡିୟମରେ ପରିଣତ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!