ଡାବୁଗାଁରେ ପାରମ୍ପରିକ ମାଘ ମଣ୍ଡେଇ ପାଳିତ

 ନବରଙ୍ଗପୁର(ମିହିର ଶଙ୍କର ପାତ୍ର),୨୨।୨ :-ଡାବୁଗାଁ ବ୍ଲକ ସଦର ମହୁକୁମା ଠାରେ ଧୁମଧାମରେ ପାଳିତ ହାଇଯାଇଛି ମାଘ ମଣ୍ଡେଇ ବା ଡାବୁଗାଁର ଇଷ୍ଟ ଦେବ ବାବା ଭୈରବଙ୍କ ପୂଜା । ମହାଦେବଙ୍କ ଅବତାର ବାବା ଭୈରଭ ଙ୍କୁ ଏଠାରେ ବଡ଼ଦେଵତା ନାମରେ ପୂଜା କରାଯାଏ। ଆଦିବାସୀ ପର୍ବ ମାଘ ମଣ୍ଡେଇ ହାଟ ପୂର୍ବ ଦିନ ପାଳିତ ହୁଏ ବଡ଼ଦେବତା ପୂଜା ,ଆଜି ଡାବୁଗାଁ ରେ ମାଘ ମଣ୍ଡେଇ ହାଟ । ମାଘ ମଣ୍ଡେଇ ଦିନ ପାରମ୍ପରିକ ରୀତିନୀତିରେ ପୂଜାର୍ଚନା ପରେ ସିରା ,ପାଲଙ୍କି ,ଲାଠି, କୁର୍ଚି ସବୁ ଏକତ୍ରିତ ହଇ ବାଜା ମହୁରୀ ରୋ ତାଳେ ତାଳେ ନାଚକରି ଡାବୁଗାଁ ଗ୍ରାମରେ ଏବଂ ସାପ୍ତାହିକ ହାଟରେ ବୁଲିଥିଲେ । ମଣ୍ଡାଇ ପାଇଁ ଗହଳି ଗତକାଲି ବୁଧବାର ଦିନ ଠାରୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିବାରେ ଲାଗିଛି ଡାବୁଗାଁ ଅଞ୍ଚଳରେ । ଦୁଲାରଦେଇ ପୂଜା ଠାରୁ ମାଘ ମଣ୍ଡେଇ ପର୍ଯନ୍ତ ଡାବୁଗାଁ ଅଂଚଳ ଚଳଚଞ୍ଚଳ ରହିଥିଲା ,ଆସନ୍ତା କାଲି ଶୁକ୍ରବାର ବାସି ମଣ୍ଡେଇ ପର୍ଯ୍ୟନ୍ତ ଏହିଭଳି ଗହଳି ଲାଗି ରହିଥିବ। ବାସି ମଣ୍ଡେଇ ସାରିବା ପରେ ସମ୍ପୂର୍ଣ୍ଣ ରୀତିନୀତି ରେ ଆଖ ପାଖ ବିଭିନ୍ନ ଗ୍ରାମରୁ ଆସିଥିବା ଲାଠି,କୁରଛି, ସିରା ଏଵଂ ପୂଜାରୀ ମାନଙ୍କୁ ଡାବୁଗାଁର ପ୍ରମ୍ମୁଖ ବ୍ୟକ୍ତି ତଥା କମିଟି ର ସଦସ୍ୟ ମାନେ ବିଦା ଦେଇଥାନ୍ତି। ଆଜି ମଣ୍ଡେଇ ରେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସାଂସଦ ପ୍ରତିନିଧି ଏମ୍ ଅପା ରାଓ, ହିନ୍ଦୁ ମହାସଂଘ କେନ୍ଦ୍ରୀୟ ସମିତି ପ୍ରମୁଖ ଜୟନ୍ତ କୁମାର ପାତ୍ର, କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ସାମ୍ବାଦିକ ସଂଘ ସଂପାଦକ ମିହିର ଶଙ୍କର ପାତ୍ର, ରାଜୁ ରେଲି, ଯୋଗା ଜାନୀ, ପ୍ରକାଶ ପଣ୍ଡା,ତୁଳା ରାମ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହା ପରେ ଆଖ ପାଖ ଅଂଚଳରୁ ଆସିଥିବା ଦେବା ଦେବି ମାନେ ନିଜ ନିଜ ଆସ୍ଥାନ କୁ ଫେରିଥାନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!