ନୂଆଦିଲ୍ଲୀ,୨୨।୨: ଆଇପିଏଲ ୨୦୨୪ ପ୍ରଥମ ପର୍ଯ୍ୟାୟ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି। ମାର୍ଚ୍ଚ ୨୨ରୁ ଏହି ଟୁର୍ନାମେଣ୍ଟ ଆରମ୍ଭ ହେବ। ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହି ଟୁର୍ନାମେଣ୍ଟ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ବର୍ତ୍ତମାନ କେବଳ ଆଇପିଏଲ ୨୦୨୪ର ପ୍ରଥମ ୨୧ ମ୍ୟାଚର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି ।ଚଳିତ ବର୍ଷ ହେବାକୁ ଥିବା ଲୋକ ସଭା ନିର୍ବାଚନ ମତଦାନ ତାରିଖ ପରେ ହିଁ ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚଗୁଡିକର କାର୍ଯ୍ୟସୂଚୀ ପ୍ରକାଶ ପାଇବ। ବର୍ତ୍ତମାନ କେବଳ ଏପ୍ରିଲ ୭ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ମ୍ୟାଚଗୁଡିକର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ ଚେନ୍ନାଇରେ ଖେଳାଯିବ । ଏହାର ଅର୍ଥ ଚେନ୍ନାଇ ସୁପର କିଙ୍ଗ୍ସ ନିଜ ଘରୋଇ ମଇଦାନ ସହିତ ଟୁର୍ନାମେଣ୍ଟ ଆରମ୍ଭ କରିବ। ପ୍ରଥମ ମ୍ୟାଚରେ ଧୋନି-କୋହଲିଙ୍କ ମଧ୍ୟରେ ଟକ୍କର ହେବ।ସୂଚନା ଅନୁଯାୟୀ, ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ଉଦଘାଟନୀ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁହାଁମୁହିଁ ହେବେ। ଆଉ ଏହା ପରେ ୨୩ ତାରିଖରେ ଦୁଇଟି ମ୍ୟାଚ୍ ଖେଳାଯିବ। ଦ୍ୱିତୀୟ ଦିନରେ ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍ ଖେଳିବେ। ଅନ୍ୟପଟେ ମାର୍ଚ୍ଚ ୨୪ରେ ମଧ୍ୟ ଡବଲ ହେଡର ରହିଛି। ରାଜସ୍ଥାନ ରୟାଲ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ ଏବଂ ଗୁଜରାଟ ଟାଇଟନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ଲଢ଼େଇ କରିବେ। ପ୍ରଥମ ଦଫାରେ ଏପ୍ରିଲ ୭ ଯାଏ ହେବାକୁ ଥିବା ମ୍ୟାଚ୍ ଗୁଡ଼ିକର ସୂଚୀ ଜାରି କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |