ବାରବାଟୀରେ ଖେଳାଯିବ ଆଇପିଏଲ ମ୍ୟାଚ୍!

କଟକ,୨୨।୨:କଟକର ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ହୋଇପାରେ ଆଇପିଏଲ ମ୍ୟାଚ୍‌। ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଆଗାମୀ IPL ସିଜିନ୍‌ରେ କଟକ ବାରବାଟୀ ଷ୍ଟାଡିୟମରେ ହୋଇପାରେ IPL ମ୍ୟାଚ୍‌। ଦିଲ୍ଲୀ କ୍ୟାପିଟାଲ୍ସ ବାରବାଟୀରେ ଖେଳିପାରେ ମ୍ୟାଚ୍‌। ଦିଲ୍ଲୀ ତା’ର ପ୍ରଥମ ୨ଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିପାରେ ବୋଲି ଜାତୀୟ ଗଣମାଧ୍ୟମରୁ ସୂଚନା ମିଳିଛି।ଦିଲ୍ଲୀର ଘରୋଇ ଗ୍ରାଉଣ୍ଡ ହେଉଛି ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମ। ଏଠାରେ ଦଳ ତା’ର ଅଧିକାଂଶ ମ୍ୟାଚ୍‌ ଖେଳିବ। କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ ଭିନ୍ନ ସ୍ଥାନରେ ଅନୁଷ୍ଠିତ ହେବ। କାରଣ ଅରୁଣ ଜେଟଲୀ କ୍ରିକେଟ ଷ୍ଟାଡିୟମରେ ମହିଳା ପ୍ରିମିୟର ଲିଗ୍‌ର ଫାଇନାଲ ମ୍ୟାଚ୍‌ ମାର୍ଚ୍ଚ ୧୭ ତାରିଖରେ ଅନୁଷ୍ଠିତ ହେବ।ମାର୍ଚ୍ଚ ୨୦ରୁ ୨୨ ମଧ୍ୟରେ ଆଇପିଏଲ ଆରମ୍ଭ ହୋଇପାରେ। ତେଣୁ ଏତେ କମ ସମୟ ମଧ୍ୟରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରିବା କର୍ତ୍ତୃପକ୍ଷଙ୍କ ପାଇଁ ସହଜ ହେବନି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ କ୍ୟାପିଟାଲ୍ସ ତା’ର ପ୍ରଥମ ଦୁଇଟି ମ୍ୟାଚ୍‌ ପୁଣେ ଓ କଟକରେ ଖେଳିବାକୁ ଯାଉଥିବା କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!