ନବରଙ୍ଗପୁର,୨୨ା୨: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନବରଙ୍ଗପୁରରେ ପହଂଚି ବିଜେପି କୋର୍ କମିଟି ବୈଠକରେ ଯୋଗ ଦେଇଛନ୍ତି । ଏଠାରେ ଆୟୋଜିତ ଏକ ସଭାରେ ସମ୍ବୋଧିତ କରି ସେ କହିଛନ୍ତି ଯେ ଓଡିଶା ସହ ମୋର ଭାବନାତ୍ମକ ସମ୍ପର୍କ ରହିଛି | କାରଣ କଂଗ୍ରେସ ସରକାର ସମୟରେ ଭାରତ ସୁରକ୍ଷା ଯାତ୍ରା କରିଥିଲୁ | ଏହି ଯାତ୍ରା ମୁଁ ଓଡିଶାରୁ ଆରମ୍ଭ କରିଥିଲି | ସେତେବେଳେ ଆତଙ୍କବାଦ, ନକ୍ସଲବାଦ ଓ ଆତଙ୍କ ସବୁଠି ରହିଥିଲା | ଆଜି ଆତଙ୍କବାଦ କେଉଁଠି ରହିଛି ଆପଣମାନେ ଜାଣିଛନ୍ତି | ପୁଲବାମା ଘଟଣା ପରେ ମୁହଁ ତୋଡ ଜବାବ ଦିଆଯାଇଛି | ଏବେ ନକ୍ସଲବାଦ କେବଳ କିଛି ଜିଲ୍ଲାରେ ହିଁ ସୀମିତ ରହିଛି | ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି | ଓଡ଼ିଶାରେ ବି ଡବଲ ଇଂଜିନ ସରକାର ହେବା ଦରକାର |ସେ ଆହୁରି ମଧ୍ୟ କହିଛନ୍ତି, ଭାଜପା ଏମିତି ଏକ ପାର୍ଟି, ଯାହା କହେ, ତାହା କରେ। ସେ ତାଙ୍କ ଅଭିଭାଷଣରେ କହିଛନ୍ତି, ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଦେଶର ଚିତ୍ର ବଦଳିଛି। ନିର୍ବାଚନର ସବୁ ପ୍ରତିଶ୍ରୁତି ଅକ୍ଷରେ ଅକ୍ଷରେ ପାଳନ କରିଛୁ। ଯାହା ଘୋଷଣାପତ୍ରରେ କହିଥିଲୁ, ତାହା ପୂରଣ କରିଛୁ। ତିନ୍ ତଲାକ୍ ଉଠାଇବୁ କହିଥିଲୁ, ଉଠାଇଛୁ। ଧାରା ୩୭୦ ଉଚ୍ଛେଦ କରିଛୁ। ଆମ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ ନୁହଁ, କାମରେ କରି ଦେଖାଇଛନ୍ତି। ଆତଙ୍କବାଦ ଆଜି କେଉଁଠି ଅଛି, ଆପଣମାନେ ଭଲ କି ଜାଣିଛନ୍ତି। ପୁଲଓ୍ବାମା ଘଟଣା ପରେ ମୁହଁତୋଡ଼ ଜବାବ ଦିଆଯାଇଛି। ଅନ୍ୟପକ୍ଷରେ କଂଗ୍ରେସ ଉପରେ ଜୋରଦାର ବର୍ଷିଛନ୍ତି ରାଜନାଥ। ସେ କହିଛନ୍ତି, କଂଗ୍ରେସ କେବଳ ଦେଶବାସୀଙ୍କୁ ଧୋକା ଦେଇଛି।ସବୁ ଲାଭାର୍ଥିଙ୍କୁ ମୋଦୀ ଦେଉଥିବା ସୁବିଧା ମିଳିବା ଦରକାର | ବିଜେପି ହେଉଛି ଏକମାତ୍ର ଦଳ ଯାହାକି ଯାହା କହେ, ସେୟା ହିଁ କରେ | ନିର୍ବାଚନର ସବୁ ପ୍ରତିଶୃତି ଅକ୍ଷର ଅକ୍ଷରରେ ପାଳନ କରିଛୁ | ଯାହା ଘୋଷଣାପତ୍ରରେ କହିଥିଲୁ, ସବୁ ପୂରଣ କରିଛୁ | ଦେଶ ଗଠନ ପାଇଁ ହିଁ କେବଳ ଆମେ ରାଜନୀତି କରୁଛୁ | କଂଗ୍ରେସ ଲମ୍ବା ସମୟ ପର୍ଯ୍ୟନ୍ତ ଦେଶବାସୀଙ୍କୁ ଧୋକା ଦେଇଛି | ଉଲ୍ଲେଖ ଥାଉ କି ରାଜନାଥ ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ୪ ଲୋକସଭା ଆସନର ସ୍ଥିତି ଆକଳନ କରିଛନ୍ତି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |