ନୂଆଦିଲ୍ଲୀ,୨୨।୨: ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ମେଣ୍ଟ ହେବା ପରେ ବର୍ତ୍ତମାନ ଆମ ଆଦମୀ ପାର୍ଟି (ଏଏପି) ଏବଂ କଂଗ୍ରେସ ମଧ୍ୟରେ ମଧ୍ୟ ଏକ ମେଣ୍ଟ ଦେଖାଯାଉଛି। ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ ସମାଜବାଦୀ ପାର୍ଟି ସହିତ କଂଗ୍ରେସର ସିଟ୍ ଭାଗବଣ୍ଟା ହେବା ହୋଇଛି। ସେହିପରି ୨୪ ନିର୍ବାଚନରେ ଦିଲ୍ଲୀରେ ଏକାଠି ଲଢିବେ ଆପ୍-କଂଗ୍ରେସ। ଦିଲ୍ଲୀରେ ଚାରୋଟି ଆସନରେ ଆପ୍ ଓ ତିନୋଟି ଆସନରେ କଂଗ୍ରେସ ନିର୍ବାଚନ ଲଢିପାରେ। ଏଥିପାଇଁ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଏହି ମେଣ୍ଟ କେବଳ ଦିଲ୍ଲୀରେ ସୀମିତ ରହିବ ନାହିଁ, ଏହା ଗୁଜୁରାଟ, ଗୋଆ, ହରିୟାଣା ଏବଂ ଚଣ୍ଡିଗଡ଼ରେ ମଧ୍ୟ ଉଭୟ ଦଳ ଏକାଠି ନିର୍ବାଚନ ଲଢିବେ। ପଞ୍ଜାବରେ ଉଭୟ ଦଳ ପାରସ୍ପରିକ ସହମତି ଅନୁଯାୟୀ ପୃଥକ ଭାବରେ ନିର୍ବାଚନ ଲଢିବେ।
ସୂଚନାନୁସାରେ, ଦୁଇ ଦଳ ମଧ୍ୟରେ ହୋଇଥିବା ଚୁକ୍ତିନାମା ଅନୁଯାୟୀ, ୪/୩ ସୂତ୍ରରେ ଦିଲ୍ଲୀରେ ନିର୍ବାଚନ ଲଢାଯିବ। ଯଦି ଆମ ଆଦମୀ ପାର୍ଟି ଦିଲ୍ଲୀ, ନୂଆଦିଲ୍ଲୀ, ଦକ୍ଷିଣ ଦିଲ୍ଲୀ, ପଶ୍ଚିମ ଦିଲ୍ଲୀ ଏବଂ ଉତ୍ତର-ପଶ୍ଚିମ ଦିଲ୍ଲୀର ଚାରୋଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ, ତେବେ କଂଗ୍ରେସ ପୂର୍ବ ଦିଲ୍ଲୀ, ଉତ୍ତର-ପୂର୍ବ ଏବଂ ଚାନ୍ଦିନୀ ଚୌକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବାର ସୁଯୋଗ ପାଇବ।ତେବେ କେବଳ ଦିଲ୍ଲୀରେ କୌଣସି ମେଣ୍ଟ ହେବ ନାହିଁ ବୋଲି ଏଏପି ସ୍ପଷ୍ଟ କରିଛି। ଏହା ଅନ୍ୟ ରାଜ୍ୟରେ କରିବାକୁ ହେବ (ଯେଉଁଠାରେ ଏଏପିର ପ୍ରଭାବ ମଧ୍ୟ ଅଛି)। ଏହା ପରେ ଗୁଜରାଟରେ ଦୁଇଟି ସିଟ ଏବଂ ହରିୟାଣାରେ ଗୋଟିଏ ସିଟ ଏଏପିକୁ ଦେବାକୁ ରାଜି ହୋଇଥିଲା। ଗୁଜୁରାଟର ଭରୁଚ ଏବଂ ଭାବନଗର ଆସନରେ ଏଏପି ନିର୍ବାଚନ ଲଢିବ। ଏହା ବ୍ୟତୀତ ହରିୟାଣାର ଗୋଟିଏ ସିଟ ମଧ୍ୟ ଏଏପିକୁ ଆସିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |