ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର , ମହୁକୁ କାୟାକଳ୍ପ ଟିମର ପରିଦର୍ଶନ

 କେନ୍ଦ୍ରାପଡ଼ା,୨୨।୨:– ଆଜି ଅପରାହ୍ନରେ ମହୁ ସ୍ଥିତ ସ୍ୱାସ୍ଥ୍ୟ ଓ ଆରୋଗ୍ୟ ମନ୍ଦିର , ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ସରକାରଙ୍କ କୟାକଳ୍ପ ଟିମ ର ସଦସ୍ୟ ପରିଦର୍ଶନ କରିଛନ୍ତି | କେନ୍ଦ୍ରପଡ଼ା ମୁଖ୍ୟ ଚିକିତ୍ସାଳୟ ର ଅତିରିକ୍ତ ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଦୀପ କୁମାର ବେହେରାଙ୍କ ନେତୃତ୍ୱରେ ଏହି ଟିମ ସରକାରଙ୍କ ନିର୍ଦେଶରେ ଡାକ୍ତରଖାନାର ସୌନ୍ଦର୍ଜ୍ୟ କରଣ ,ରୋଗୀମାନଙ୍କୁ ମିଳୁଥିବା ଉନ୍ନତ ମାନର ସେବା ,ଔଷଧ ପରିମଳ ,ବିଷୟରେ ତନତନ କରି ଦେଖିଲେ | ଏହି ଟିମ ସ୍ଥାନିୟ ଲୋକମାନଙ୍କ ସହିତ ଆଲୋଚନା କରି ଡାକ୍ତରଖାନାରେ ମିଳୁଥିବା ସେବାଗୁଡ଼ିକ ଠିକ ରୂପେ ଉପଲବ୍ଧ ହେଉଛି କି ନା ପଚାରି ବୁଝୁଥିଲେ | ଟିମ ର ଅନ୍ୟତମ ସଦସ୍ୟ ଭାବରେ ପି .ପି. ପି କୋଡିନେଟର ଜ୍ୟୋତି ରଞ୍ଜନ ନାୟକ ଉପସ୍ଥିତ ଥିଲେ | କୟାକଳ୍ପ ଟିମ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପରେ ସନ୍ତୋଷ ବ୍ୟକ୍ତ କରିଥିଲେ ଏବଂ ଆଗାମୀ ବର୍ଷଗୁଡିକରେ ସରକାରଙ୍କ ଦ୍ଵାରା ପ୍ରଦତ୍ତ ସେବା ଗୁଡିକର ସଠିକ ରୂପାନ୍ତର ପାଇଁ ନିର୍ଦେଶ ଦେଇଥିଲେ | ଏହି ଟିମ କୁ ଡାକ୍ତରଖାନା ର ଚିକିସ୍ଛା ଅଧିକାରୀ ଡାକ୍ତର ସ୍ୱରୂପ ଶତପଥୀ ଏବଂ ଡାକ୍ତର ଚଣ୍ଡାଂଶୁ ଭୂଷଣ ସୁତାର ସ୍ଵାଗତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିସ୍ଛା ଅଧିକାରୀ ଡାକ୍ତର ପ୍ରଣବ କୁମାର ଶୁକ୍ଲା ବି.ପି. ଏମ ଶ୍ରୀମତୀ ସିଲି ପ୍ରିୟମ୍ବଦା ସାହୁ , ବ୍ଲକ ଆକାଉଣ୍ଟସ ମ୍ୟାନେଜରରବୀନ୍ଦ୍ର ଯେଠି , ଅଭିରାମ ସାହୁ ଯୋଗ ଦେଇଥିଲେ । ସ୍ଥାନୀୟ ସରପଞ୍ଚ ମହେଶ୍ୱର ତ୍ରିପାଠୀ ଉପସ୍ଥିତ ଥିଲେ । ଏହି ସମସ୍ତ କାର୍ଯ୍ୟ କୁ ସ୍ଵାସ୍ଥ୍ୟ କର୍ମୀ ସନ୍ଧ୍ୟାରଣୀ ଲେଙ୍କା , ଅମିୟ ମାଲିକ , ଅମରେନ୍ଦ୍ର ମହାଳିକ , ସଂଜୀବ କୁମାର ଶତପଥୀ ଓ ଉଷାରଣୀ ଗେଛାୟିତ ସହଯୋଗ କରିଥିଲେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!