ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ,,୨୨।୨ :-ଆଜି ନବରଙ୍ଗପୁର ଠାରେ ବିଜେପି କୋର କମିଟି ର ଏକ ବୈଠକ ଅନୁଷ୍ଠିତ ହୋଇଥିଲା!ଏହି ବୈଠକରେ ଯୋଗ ଦେଇଛନ୍ତି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜନାଥ କହିଛନ୍ତି ଯେ, ଓଡିଶା ସହିତ ମୋର ଭାବନାତ୍ମକ ସମ୍ପର୍କ ରହିଛି କଂଗ୍ରେସ ସରକାର ସମୟରେ ଏଇଠୁ ଭାରତ ଯାତ୍ରା ଆରମ୍ଭ କରିଥିଲୁ । ଜଗନ୍ନାଥଙ୍କ ମାଟିରୁ ଭାରତ ସୁରକ୍ଷା ଯାତ୍ରା ଆରମ୍ଭ କରିଥିଲି । ସେତେବେଳେ ସବୁଠି ଆତଙ୍କବାଦ ଓ ନକ୍ସଲବାଦ ଥୁଲା । ହେଲେ ଆଜି ଆମ ଦେଶରେ ଆତଙ୍କବାଦ ଓ ମାଓ କାର୍ଯ୍ୟକଳାପ କମିଛି । ପୁଲୱାମା ଘଟଣା ପରେ ଏହାର କଡା ଜବାବ ଦିଆଯାଇଛି ବୋଲି ରାଜନାଥ ସିଂ କହିଛନ୍ତି । ଅନ୍ୟପଟେ ଦେଶରେ ପୁଣିଥରେ ମୋଦୀ ସରକାର ଆସିବ ବୋଲି ଦୃଢୋକ୍ତି ଦେଖାଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥସିଂ । ତା ସହିତ ଓଡିଶାରେ ମଧ୍ୟ ଡବଲ୍ ଇଞ୍ଜିନ ସରକାର ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରତିଶ୍ରୁତି ପୂରଣ କରିଛନ୍ତି । ବିଜେପି ହେଉଛି ଏକମାତ୍ର ପାର୍ଟି, ବିଜେପି ଯାହା କହେ, ସେୟା କରେ । ପ୍ରତିଶ୍ରୁତି ମୁତାବକ ଧାରା 370 ଓ ତିନ ତଲାକ୍ ଉଚ୍ଛେଦ ହେଇଛି । 9 ବର୍ଷ ଭିତରେ ଦେଶରେ ଗରିବୀ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି ବୋଲି ରାଜନାଥ କହିଛନ୍ତି । ତେବେ ଓଡିଶା ସହ କେନ୍ଦ୍ର ସରକାର କେବେ ବି ଭେଦଭାବ କରିନାହାଁନ୍ତି । ଓଡିଶାରେ ପୂର୍ବ ତୁଳନାରେ ମେଡିକାଲ,ଇଞ୍ଜିନିୟରିଂ କଲେଜ ସଂଖ୍ୟା ବୃଦ୍ଧି ପାଇଛି । ଓଡିଶାର 30 ଲକ୍ଷ ଲୋକଙ୍କୁ ପକ୍କା ଘର ମିଳିଛି ବୋଲି ପ୍ରତିରକ୍ଷା ମନ୍ତ୍ରୀ ନବରଙ୍ଗପୁରରୁ ଅଭିଭାଷଣ ଦେଇ କହିଛନ୍ତି । ତା ସହିତ ଦଳର କର୍ମୀମାନଙ୍କୁ ଆହ୍ଵାନ ଦେଇ ସେ କହିଛନ୍ତି, ଦଳ ପାଇଁ 24 ଘଣ୍ଟାରୁ 12 ଘଣ୍ଟା ସମୟ ଦେବା ପାଇଁ ଆବାହାନ କରିଛନ୍ତି । ଆଗାମୀ ଦିନରେ ଦେଖିବାକୁ ବାକି ରହିଲା ରାଜନାଥ ସିଂ ଙ୍କ ଏହି ଗସ୍ତ ରେ ଜିଲ୍ଲା ବିଜେପି କୁ ନିର୍ବାଚନ ରେ କେତେ ଫାଇଦା ମିଳି ପାରିବ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |