ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି

କଟକ,୨୩।୨:ଆଜିଠୁ ଆରମ୍ଭ ହେବ ଶ୍ରୀମନ୍ଦିର ନାଟମଣ୍ଡପରେ ଫାଟ ଥିବା ବିମ୍ କାମ। ଦିନ ଗୋଟାଏରୁ ସନ୍ଧ୍ୟା ୭ଟା ଯାଏ ASI ଟିମ୍ କାମ କରିବେ। ମାର୍ଚ୍ଚ ୨୦ ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି।ଏହି ସମୟ ମଧ୍ୟରେ କାମ ସମ୍ପୂର୍ଣ୍ଣ କରାଯାଇ ଶ୍ରୀମନ୍ଦିର ପ୍ରଶାସନକୁ ଦାୟିତ୍ୱ ହସ୍ତାନ୍ତର କରାଯିବ ବୋଲି ଏଏସ୍‌ଆଇ ପୁରୀ ସର୍କଲ୍‌ର ସୁପରିଣ୍ଟେଣ୍ଡିଂ ଆର୍କିଓଲୋଜିଷ୍ଟ ଡ. ଦିବିଶାଦ ବ୍ରଜସୁନ୍ଦର ଗଡ଼ନାୟକ ଗୁରୁବାର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଡ. ଗଡ଼ନାୟକଙ୍କ କହିବାନୁସାରେ, ଜାନୁଆରୀ ୧୦ ତାରିଖରେ ନାଟମଣ୍ଡପ ମରାମତି ପାଇଁ ଗଠିତ କୋର୍‌ କମିଟି ଏବଂ ଏଏସ୍‌ଆଇର ମିଳିତ ବୈଠକ ବସି ନାଟମଣ୍ଡପ ବିମ୍‌ ଡିଜାଇନ୍‌ ଚୂଡ଼ାନ୍ତ ହୋଇଥିଲା।ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ନାଟମଣ୍ଡପ ସଂରକ୍ଷଣ କାମ ଅବିରତ ଚାଲିଛି। ଆସନ୍ତା ଏପ୍ରିଲ ୩୦ ତାରିଖ ସୁଦ୍ଧା ନାଟମଣ୍ଡପ ମରାମତି କାର୍ଯ୍ୟ ସାରିବା ନେଇ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଛି। ତେବେ ଏଏସ୍‌ଆଇ ତା’ ପୂର୍ବରୁ ଏହି କାମ ଶେଷ କରିବାକୁ ଆଶା ରଖିଥିବା ସେ କହିଛନ୍ତି। ପ୍ରତ୍ୟହ ଅପରାହ୍ନ ୧ଟାରୁ ସନ୍ଧ୍ୟା ୭ଟା ଯାଏ ମରାମତି କାର୍ଯ୍ୟ କରାଯିବ। ଏହି ମରାମତି ପାଇଁ ସପୋର୍ଟ ସିଷ୍ଟମ କାର୍ଯ୍ୟ ଶୁକ୍ରବାରଠାରୁ ଆରମ୍ଭ ହେବ। ସେବାୟତ ଓ ମନ୍ଦିର ପ୍ରଶାସନର ମିଳିତ ବୈଠକରେ ଏନେଇ ଆଲୋଚନା କରାଯାଇଛି ବୋଲି ଗଡ଼ନାୟକ କହିଛନ୍ତି।କାମ ଚାଲିବା ବେଳେ କୌଣସି ବଡ଼ ନୀତି ହେବ ନାହିଁ। ଏନେଇ ନିକଟରେ ଶ୍ରୀମନ୍ଦିର ପ୍ରଶାସନ, ନୀତିକାନ୍ତି ସହ ଜଡ଼ିତ ସବୁ ନିଯୋଗ ସହ ଆଲୋଚନା ହୋଇଛି। ସମସ୍ତେ ସହଯୋଗ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।ତେଣୁ ଭକ୍ତଙ୍କ ଦର୍ଶନ ହେଉ ବା ନୀତିକାନ୍ତି ଅଥବା ASIର କାମ, କୌଣସି କାର୍ଯ୍ୟରେ ସମସ୍ୟା ହେବ ନାହିଁ । ତେବେ ଯଦି କୌଣସି ଅଘଟଣ ଘଟେ, ସେତେବେଳର ସ୍ଥିତିକୁ ଦେଖି ସମସ୍ତଙ୍କ ସହଯୋଗରେ କାମ କରାଯିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!