ନୂଆଦିଲ୍ଲୀ,,୨୩।୨: ମହାରାଷ୍ଟ୍ର ବିଧାନସଭାର ଜଣେ ସଦସ୍ୟଙ୍କର ପ୍ରାଣହାନୀ ଘଟିଛି । ବିଜେପି ବିଧାୟକ ରାଜେନ୍ଦ୍ର ପାଟନୀଙ୍କ ପରଲୋକ ଘଟିଛି । ରାଜେନ୍ଦ୍ର ୱାଶିମ ଜିଲ୍ଲାର କରଞ୍ଜିଆ ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ତାଙ୍କର ମୃତ୍ୟୁରେ ରାଜ୍ୟ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବୀସ, ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ସମେତ ବହୁ ବରିଷ୍ଠ ରାଜେନତା ଶୋକପ୍ରକାଶ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା । ସୂଚନାଯୋଗ୍ୟ ଯେ, ତେଲେଙ୍ଗାନାର ବିଏସଏସ ବିଧାୟିକ ଜି. ଲାସ୍ୟା ନନ୍ଦିତା ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ନେଇ ଆଜି ଖବର ଆସିଥିଲା ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |