ଭୁବନେଶ୍ୱର,୨୩ା୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମପଞ୍ଚାୟତମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର(ସେଲ୍ଫ ଏମ୍ପ୍ଲୟେଡ୍ ମେକାନିକ୍) ଉପକୃତ ହେବେ।ସ୍ଵାବଲମ୍ବୀ କାରିଗରମାନଙ୍କ ପ୍ରାପ୍ୟ ବୃଦ୍ଧି କଲେ ରାଜ୍ୟ ସରକାର । ପାରିଶ୍ରମିକ ୪,୦୦୦ ଟଙ୍କାରୁ ୬,୫୦୦ ଟଙ୍କାକୁ ବୃଦ୍ଧି କରିବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଗ୍ରାମ ପଞ୍ଚାୟତ ମାନଙ୍କରେ କାମ କରୁଥିବା ସ୍ବାବଲମ୍ବୀ କାରିଗର ମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି । ସେମାନଙ୍କ ବର୍ତ୍ତମାନର ପାରିଶ୍ରମିକ ୪୦୦୦ ଟଙ୍କା ଥିବାବେଳେ, ନୂତନ ପାରିଶ୍ରମିକ ୬୫୦୦ ଟଙ୍କାକୁ ବୃଦ୍ଧି ପାଇଛି । ଏହା ବର୍ତ୍ତମାନର ପାରିଶ୍ରମିକ ଠାରୁ ୬୨.୫୦ ପ୍ରତିଶତ ଅଧିକ । ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର (Self Employed Mechanic) ଉପକୃତ ହେବେ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |