ମଣ୍ଡେଇ ଶେଷ ଦିବସରେ ନିଜ ନିଜ ଆସ୍ଥାନ କୁ ଫେରିଲେ ଦେବାଦେବୀ

 ନବରଙ୍ଗପୁର (ମିହିର ଶଙ୍କର ପାତ୍ର),, ୨୩।୨:- ଆଜି ଶୁକ୍ରବାର ଡାବୁଗାଁ ମଣ୍ଡେଇ ର ଶେଷ ପର୍ଯ୍ୟାୟ। ଗତ ବୁଧବାର ଦିନ ଠାରୁ ତିନି ଦିନ ବ୍ୟାପୀ ଡାବୁଗାଁ ମଣ୍ଡେଇ ର ଶୁଭାରମ୍ଭ ହୋଇଥିଲା। ବୁଧବାର ବଡ଼ ଯାତ୍ରା, ଗୁରୁବାର ଅର୍ଥାତ୍ ଫେବୃଆରୀ ୨୨ରେ ମଣ୍ଡେଇ ଏବଂ ଶୁକ୍ରବାର ବାସୀ ମଣ୍ଡେଇ ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇ ଯାଇଛି। ବିଭିନ୍ନ ଗ୍ରାମରୁ ଆସିଥିବା ପୂଜାରୀ, ଶିରା ଏବଂ ପ୍ରମୁଖ ବ୍ୟକ୍ତି ମାନଙ୍କୁ ନୂତନ ଉପଢୌକନ ଦେଇ ସମ୍ବର୍ଦ୍ଧିତ କଲେ ଗ୍ରାମର ପ୍ରମୁଖ ବ୍ୟକ୍ତି ଗଣ। ଏମ୍ ପି ପ୍ରତିନିଧି ଏମ୍ ଅପା ରାଓ, କେଲିଆ ଶୈବ ମନ୍ଦିର ପରିଚାଳନା କମିଟି ସଂପାଦକ ଦେବରାଜ ପାତ୍ର, ଜି ସାଇ ରାଜୁ, ଡାବୁଗାଁ ସରପଞ୍ଚ ବିନୋଦ ସୌରା, କୃଷକ ସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ହିନ୍ଦୁ ମହାସଂଘ ପ୍ରମୁଖ ଜୟନ୍ତ କୁମାର ପାତ୍ର, କୁନୁ ପାତ୍ର, ତାରିଣୀ ରେଲି, ଜଗନ୍ନାଥ ରେଲି, ଈଶ୍ୱର ଭାଟ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ମାଁ ଦାବାଦେଈ, ଦୁରାରଦେଈ, ଭୈରବ, ଭୀମା, ରାତ ଖଡିଆ, ଗପା ଘଷିଆରୀ, ମାଏ, ଠାକୁରାଣୀ, ପେଣ୍ଡାଣୀ, ବୁଢ଼ା ରଜା, କାଳୀ ସୁନ୍ଦରୀ, କଙ୍କାଳୁଣୀ, ଘୋଡାମାରୀ , ଲାବା ଗାଏନୀ, କଳା ଧାର୍ନୀ ଆଦି ଦେବାଦେବୀ ଙ୍କ ଚଳନ୍ତି ପ୍ରତିମା ଲାଠୀ, କୁରୁଚି, ବିମାନ ଏବଂ ପାରମ୍ପରିକ ଅସ୍ତ୍ରଶସ୍ତ୍ର ନିଜ ନିଜ ଆସ୍ଥାନ କୁ ଫେରି ଗଲେ। ପୁନଃ ଦଶରା ଦିନ ସମସ୍ତେ ଏକତ୍ରିତ ହେବେ। ଶୃଙ୍ଖଳିତ ଭାବେ ମଣ୍ଡେଇ ସମିତି ର ସଭ୍ୟ ମାନେ ତିନି ଦିନ ପରିଚାଳନା କରିଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!