ଭୁବନେଶ୍ୱର,୨୪।୨: ରାଜ୍ୟରେ ୨୭ଟି ଶିଳ୍ପ ପ୍ରକଳ୍ପ ସ୍ଥାପନ ନେଇ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟରେ ମଞ୍ଜୁରୀ ମିଳିଛି । ଏଥିପାଇଁ ୬୧୩୪ କୋଟି ଟଙ୍କା ବ୍ୟୟ କରାଯିବ । ଖାଦ୍ୟ ପ୍ରକ୍ରିୟାକରଣ, ଏରୋସ୍ପେଶ, ପ୍ରତିରକ୍ଷା, ପର୍ଯ୍ୟଟନ, ଆଲୁମିନିୟମ, ନବୀକରଣ ଯୋଗ୍ୟ ଶକ୍ତି, ବୟନ ଓ ପ୍ରସାଧନ ଆଦି କ୍ଷେତ୍ର ସହ ଜଡ଼ିତ ଶିଳ୍ପ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ଫଳରେ ରାଜ୍ୟରେ ୪୨,୨୭୫ ଜଣଙ୍କୁ କର୍ମନିଯୁକ୍ତି ମିଳିବ ।ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ୧୨୮ତମ ରାଜ୍ୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟିରେ ଏହି ନିବେଶ ଓ ଶିଳ୍ପ ସ୍ଥାପନର ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ରାୟଗଡ଼ାରେ ପ୍ରିମିୟର ଏକ୍ସପ୍ଲୋସିଭ କମ୍ପାନୀ ୮୬୪ କୋଟି ଟଙ୍କା ନିବେଶ କରି ପ୍ରତିରକ୍ଷା ବିଭାଗ ପାଇଁ ବିସ୍ଫୋରକ ଅସ୍ତ୍ରଶସ୍ତ୍ର ପ୍ରସ୍ତୁତ କରିବ । ସେହି ଶିଳ୍ପରେ ୩୭୫୦ ଜଣ ନିଯୁକ୍ତି ପାଇବେ । ସମ୍ବଲପୁରରେ ରେଙ୍ଗାଲି ଏସଏମଇଏଲ ଷ୍ଟ୍ରକଚରାଲ ପ୍ରାଇଭେଟ ଲିମିଟେଡ ଆଲୁମିନିୟମ୍ କଏଲ, ଫ୍ଲାଟ ରୋଲଡ ସାମଗ୍ରୀ ଉତ୍ପାଦନ କରିବ । ସେଥିରେ ୫୫୦ ଜଣ ନିଯୁକ୍ତି ପାଇବେ ।ସେହିପରି ଟେକ୍ସମାକୋ ରେଲ୍ ଓ ଇଞ୍ଜିନିୟରିଂ ଲିମିଟେଡ୍ ୨ ହଜାର ଜଣଙ୍କୁ, ପ୍ରିମିୟମ୍ ଟ୍ରାନ୍ସମିସନ ୭ ଶହ ଜଣଙ୍କୁ, ପର୍ଫେଟକ୍ସ ଟେକ୍ନୋଲୋଜି ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ ୫୫୦୦ ଜଣଙ୍କୁ, ଜୁପିଟର ଇଣ୍ଟରନ୍ୟାସନାଲ ଲିମିଟେଡ ୩୫୦ ଜଣଙ୍କୁ, ଅଲମାମେଟ୍ କମ୍ପାନୀ ୯୫ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |