ସାଇବର ଠକେଇ ମାମଲା,ଫ୍ଲାଟରୁ ଯୁବକଙ୍କୁ ଉଠାଇନେଲା ଦିଲ୍ଲୀ ପୋଲିସ

ଭୁବନେଶ୍ୱର,୨୪।୨: ଦିଲ୍ଲୀ ପୋଲିସ ଶୁକ୍ରବାର ବିଳମ୍ବିତ ରାତିରେ ରାଜଧାନୀ ଭୁବନେଶ୍ୱରରୁ ଜଣେ ଯୁବକଙ୍କୁ ଉଠାଇ ନେଇଛି। ଯୁବକ ଜଣକ ଲକ୍ଷ୍ମୀସାଗର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଫ୍ଲାଟ ନେଇ ରହୁଥିଲେ। ଏକ ସାଇବର କ୍ରାଇମ ମାମଲାରେ ଯୁବକଙ୍କୁ ଉଠାଇ ନିଆଯାଇଥିବା ସୂଚନା ମିଳିଛି। ଦିଲ୍ଲୀ ପୋଲିସ ସହ ଲକ୍ଷ୍ମୀସାଗର ଥାନା ପୋଲିସ ମାମଲାର ତଦନ୍ତ କରୁଛି।ସାଇବର ଠକେଇର ତଦନ୍ତ କରିବା ପାଇଁ ଦିଲ୍ଲୀ ପୋଲିସ ଆଇପି ଆଡ୍ରେସ୍ ଟ୍ରାକ କରି ଭୁବନେଶ୍ୱର ଆସିଛନ୍ତି । ଦିଲ୍ଲୀ ପୋଲିସର ସାଇବର ୱିଙ୍ଗ୍ ଏହି ରେଡ୍ କରୁଛି । ଏହି ସାଇବର ୱିଙ୍ଗ୍ କମ୍ପ୍ୟୁଟର ଏବଂ ମୋବାଇଲ ଯାଞ୍ଚ ପାଇଁ ଆସିଛନ୍ତି । ଏହି ତଦନ୍ତ ପ୍ରକ୍ରିୟାରେ ଲକ୍ଷ୍ମୀସାଗର ଥାନା ପୋଲିସ ପୁରା ସହଯୋଗ କରୁଛି । ତେବେ ପ୍ରକୃତ ଘଟଣା କ’ଣ ସେନେଇ କୌଣସି ସୂଚନା ମିଳିପାରିନାହିଁ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!