ରାଜେଶ ପାଟିଲ BMCର ନୂଆ କମିଶନର

ଭୁବନେଶ୍ୱର  ,,୨୪।୨: ରାଜେଶ ପାଟିଲ BMCର ନୂଆ କମିଶନର|ବଦଳିଛନ୍ତି ଭୁବନେଶ୍ୱର ମହାନଗର ନିଗମ (ବିଏମସି) କମିଶନର । ବିଏମସିର ନୂଆ କମିଶନର ହୋଇଛନ୍ତି ରାଜେଶ ପାଟିଲ । ରାଜେଶ ବର୍ତ୍ତମାନ ରାଜ୍ୟ ସରକାରଙ୍କର ସହଯୋଗ ବିଭାଗର କମିଶନର ତଥା ସଚିବ ଦାୟିତ୍ୱ ସହ ଗୃହ ଓ ସହରୀ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ (ଜିଏ) ଓ ଜନ ଅଭିଯୋଗ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି ।ତେବେ ଶ୍ରୀ ପାଟିଲ ସହଯୋଗ ବିଭାଗର ସଚିବ ତଥା କମିଶନର, ଗୃହ ଓ ସହରୀ ବିକାଶ ବିଭାଗର ସ୍ୱତନ୍ତ୍ର ସଚିବ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ୧ ମାସ ପାଇଁ ଛୁଟିରେ ଯିବେ । ଏନେଇ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ସଚିବଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!