ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

କୃଷ୍ଣପ୍ରସାଦ,,୨୫।୨: ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା । ଜହ୍ନିକୁଦାରୁ ସାତପଡ଼ା ଯିବା ବେଳେ ଘଟିଛି ଏପରି ଅଘଟଣ। ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୧୦ଟି ବାଇକ ରହିଛି । ଜହ୍ନିକୁଦା ଘାଟ ନିକଟରୁ ୯.୪୦ରୁ ଯାତ୍ରୀବାହୀ ଡ଼ଙ୍ଗାଟି ଲୋକମାନଙ୍କୁ ନେଇ ଚିଲିକା ସାତପଡ଼ା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ।ଚିଲିକା ମଝିରେ ଏକ ଯାତ୍ରୀବାହୀ ଡଙ୍ଗା ଫସିବା ଖବର ସାମ୍ନାକୁ ଆସିଛି । ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଡଙ୍ଗା ଅଟକି ଯାଇଛି । ତେବେ ମଝି ଚିଲିକାରେ ୩୦ ରୁ ଅଧିକ ଲୋକ ଫସି ରହିଛନ୍ତି ବୋଲି ଜଣାପଡିଛି । ଯାତ୍ରୀମାନଙ୍କ ସହ ୮ଟି ବାଇକ ମଧ୍ୟ ଡଙ୍ଗାରେ ରହିଛି । ଅଧଘଣ୍ଟାରୁ ଅଧିକ ସମୟ ହେଲାଣି ଫସି ରହିଛି ଏହି ଡଙ୍ଗା ।କିଛି ଯାନ୍ତ୍ରିକ ତ୍ରୁଟି ପାଇଁ ଚିଲିକା ହ୍ରଦ ମଝିରେ ଡଙ୍ଗା ଚାଲିବା ହଠାତ ବନ୍ଦ ହୋଇଗଲା । ତେବେ ଏହି ଡଙ୍ଗାରେ ଯାତ୍ରା କରୁଥିବା ୩୦ ଜଣ ଲୋକେ ଭୟଭୀତ ହୋଇପଡିଛନ୍ତି । ତେବେ ଡଙ୍ଗାରେ ଫସିରହିଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଉ ବୋଲି ଯାତ୍ରୀମାନେ ନିବେଦନ କରିଛନ୍ତି । ଜହ୍ନିକୁଦା ଘାଟରୁ ଯାତ୍ରୀଙ୍କୁ ନେଇ ଡଙ୍ଗା ବାହରିଥିଲା

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!