ଦ୍ବାରକା,,୨୫।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟ ଗସ୍ତରେ ଅଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଦ୍ବାରକାଧୀଶ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି। ଏଥିସହ ସମୁଦ୍ରରେ ବୁଡ଼ି ରହିଥିବା ପ୍ରାଚୀନ ଦ୍ବାରକା ନଗରୀ ମଧ୍ୟ ଦର୍ଶନ କରିଛନ୍ତି। ଦ୍ବାରକା ନଗରୀ ଦର୍ଶନ ପରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଏହା କେବଳ ସମୁଦ୍ର ବୁଡ଼ ନଥିଲା, ବରଂ ସମୟ ଯାତ୍ରା ଥିଲା।ଏହି ଅନୁଭୂତି ବଖାଣିବାକୁ ପ୍ରଧାନମନ୍ତ୍ରୀ ମୋଦି ସୋସିଆଲ ମିଡିଆ ଏକ୍ସ’ରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘ବୁଡ଼ିଯାଇଥିବା ଦ୍ୱାରକା ସହରରେ ପ୍ରାର୍ଥନା କରିବା ଅତ୍ୟନ୍ତ ଈଶ୍ୱରୀୟ ଅନୁଭୂତି ଥିଲା। ମୁଁ ଆଧ୍ୟାତ୍ମିକ ଗୌରବ ଏବଂ ଅନନ୍ତ ଭକ୍ତିର ଏକ ପ୍ରାଚୀନ ଯୁଗ ସହିତ ସଂଯୁକ୍ତ ବୋଲି ଅନୁଭବ କଲି। ଭଗବାନ ଶ୍ରୀକୃଷ୍ଣ ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |