ପିସିଆର୍‌‌ ପାଇଁ ଜାରି ହେଲା ସ୍ୱତନ୍ତ୍ର ନିର୍ଦ୍ଦେଶନାମା

କଟକ ,,୨୫ା୨: କମିସନରେଟ୍‌‌ ପୁଲିସ ବ୍ୟବସ୍ଥାରେ ୨୪ ଘଣ୍ଟିଆ ପାଟ୍ରୋଲିଂ ବ୍ୟବସ୍ଥା ଉପରେ ନଜର ଦିଆଯାଉଛି। ଥାନାୱାରୀ ଦିଆଯାଇଥିବା ପିସିଆର୍‌‌ ଭ୍ୟାନ୍‌‌ଗୁଡ଼ିକ ଯଦିଓ ଡ୍ୟୁଟିରେ ନିୟୋଜିତ ରହୁଛି ତେବେ ସେଥିରେ ଅବହେଳା ହେଉଥିବା ଅନେକ ସମୟରେ ଅଭିଯୋଗ ଉଠୁଛି। ଏହାକୁ ଦୃଷ୍ଟିରେ ରଖି ଡିସିପି ଡଃ କନ୍‌‌ୱର୍‌‌ ବିଶାଲ୍‌‌ ସିଂ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିରେ ୫ଟି ପଏଣ୍ଟ୍‌‌ ଉପରେ ପ୍ରାଧାନ୍ୟ ଦିଆଯାଇଛି। ଘଟଣାସ୍ଥଳକୁ ପ୍ରଥମେ ପିସିଆର୍‌‌ ଭ୍ୟାନ୍‌‌ ଯାଉଥିବାରୁ, ସେଥିରେ କାର୍ଯ୍ୟରତ ପୁଲିସ କର୍ମଚାରୀ ସାଧାରଣ ଲୋକଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର କରିବେ। ଘଟଣାସ୍ଥଳରୁ ତୁରନ୍ତ ନିକଟସ୍ଥ ଥାନାକୁ ଘଟଣା ସମ୍ପର୍କରେ ସୂଚନା ଦେବା ପରିସ୍ଥିତି ସମ୍ପର୍କରେ ଆଇଆଇସି କିମ୍ବା ଏସିପିଙ୍କୁ ଜଣାଇବେ। ଘରୋଇ କାର୍ଯ୍ୟରେ କୌଣସି ପିସିଆର୍‌‌ ନିୟୋଜିତ ହେଉଥିବା ସୂଚନା ମିଳିଲେ, ଦାୟିତ୍ୱରେ ଥିବା ଅଫିସରଙ୍କୁ ନିଲମ୍ବନ କରାଯିବ।ପିସିଆର୍‌‌ ଭ୍ୟାନ୍‌‌ଗୁଡ଼ିକରେ ଲାଗିଥିବା ଜିପିଏସ୍‌‌ ରିପୋର୍ଟକୁ ଡିସିପି ଡଃ ସିଂ ପ୍ରତ୍ୟେକ ଦିନ ଯାଞ୍ଚ କରିବେ। କୌଣସି ସ୍ଥାନରେ ବିନା କାରଣରେ ପିସିଆର୍‌‌ ଭ୍ୟାନ୍‌‌କୁ ଛିଡ଼ା କଲେ, ସେ ସମ୍ପର୍କରେ ଭ୍ୟାନ୍‌‌ ଦାୟିତ୍ୱରେ ଥିବା ଅଧିକାରୀଙ୍କୁ କୈଫିୟତ ଦେବାକୁ ପଡ଼ିବ ଏବଂ ଦୁର୍ଘଟଣା ସମୟରେ ଆବଶ୍ୟକ ହେଲେ ଆହତଙ୍କୁ ମେଡିକାଲରେ ପହଞ୍ଚାଇବା କାର୍ଯ୍ୟକୁ ସୂଚାର ଭାବେ କରିବାକୁ କୁହାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!