ଗୋଳାବାରୁଦ କାରଖାନାରେ ବଡ଼ ଧରଣର ବିସ୍ଫୋରଣ

ବଲାଙ୍ଗୀର,୨୫।୨: ବଲାଙ୍ଗୀର ଜିଲା ବଡ଼ମାଳ ଗୋଳାବାରୁଦ କାରଖାନାରେ ରବିବାର ସନ୍ଧ୍ୟାରେ ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏହି ବିସ୍ଫୋରଣ କାରଖାନାର ୧୨ନମ୍ବର ମେଗାଜିନ୍‌ରେ ଘଟିଥିବା ସୂଚନା ମିଳିଛି। ବିସ୍ଫୋରଣର କାରଣ ଜଣାପଡି ନ ଥିବା ବେଳେ କେତେ କ୍ଷୟକ୍ଷତି ଘଟିଛି ତାହାରି ମଧ୍ୟ ସୂଚନା ମିଳିପାରି ନାହିଁ। ଖବର ପାଇ ସ୍ଥାନୀୟ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭା କାର୍ଯ୍ୟ ଆରମ୍ଭ କରିଥିବା ଜଣାପଡିଛି। ଏଥିରେ ମୃତାହତ ନେଇ କୌଣସି ସୂଚନା ମିଳିନି। ତେବେ ବିସ୍ଫୋରଣ ପରେ ଗୋଳାବାରୁଦ କାରଖାନା ଭିତରକୁ ଆମ୍ୱୁଲାନ୍ସ ଓ ଅଗ୍ନିଶମ ଗାଡ଼ି ଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!