ଭୁବନେଶ୍ବର, ୨୫ା୨ : ଚିତ୍ରଶିଳ୍ପୀ ନିବେଦିତା ପଟ୍ଟନାୟକଙ୍କ ଏକକ ଚିତ୍ରପ୍ରଦର୍ଶନୀ ‘ଅନଫୋଲେଡଡ୍ ଥଟ୍ସ’ ନୂଆଦିଲ୍ଲୀସ୍ଥିତ ଇଣ୍ଡିଆ ହାବିଟେଟ୍ ଗ୍ୟାଲେରୀରେ ଉଦ୍ଘାଟିତ ହୋଇଯାଇଛି।ଏହି ଚିତ୍ରପ୍ରଦର୍ଶନୀକୁ ଲଳିତ କଳା ଅକାଦମୀର ଉପନିର୍ଦେଶକ ଡ.ରାହାସ କୁମାର ମହାନ୍ତି ଏବଂ ଅନ୍ତର୍ଜାତୀୟ ଚିତ୍ରଶିଳ୍ପୀ ସୁଧାଂଶୁ ସୂତାର ମୁଖ୍ୟଅତିଥି ଭାବେ ଯୋଗଦେଇ ଏହି ପ୍ରଦର୍ଶନୀକୁ ଉଦ୍ଘାଟନ କରିଥିଲେ। ଚିତ୍ରଶିଳ୍ପୀ ନିବେଦିତାଙ୍କ ଦ୍ବାରା ନାରୀର ଭୂମିକା, ନାରୀକୁ ମା’ଲକ୍ଷ୍ମୀଙ୍କ ସହିତ ତୁଳନା କରି ଅନେକ ଚିତ୍ର ଅଙ୍କନ କରିଥିବା ସହିତ ସମୁଦ୍ର ମନ୍ଥନ ହେବା, ଜୀବନରେ ଗୃହିଣୀର ବିଶେଷତାକୁ ନୂତନତ୍ବ ଦେଇଛନ୍ତି। ସମାଜରେ ପ୍ରାଧାନ୍ୟ ସମ୍ପର୍କରେ ଅନେକ ଚିତ୍ର ସହିତ ସହ ୧୪ଟି ଦ୍ରବ୍ୟ ଯାହାକି ସମାଜକୁ ତଥା ଜୀବନକୁ କିପରି ପଥପ୍ରଦର୍ଶିତ କରେ ମୋଟ ୨୫ଟି ଛବି କ୍ୟାନ୍ଭାସ ଓ ଆକ୍ରେଲିକ୍ ରଙ୍କ ମାଧ୍ୟମରେ ଅତି ନିଖୁଣ ଭାବରେ ଦର୍ଶାଇଛନ୍ତି।ଏହି ଚିତ୍ରପ୍ରଦର୍ଶନୀକୁ ଚିତ୍ରଶିଳ୍ପୀ ପ୍ରଦୋଷ ସ୍ବାଇଁ ଏବଂ ଚିତ୍ରଶିଳ୍ପୀ ଅନୁପ ଚାନ୍ଦ ପରିଚାଳନା କରୁଛନ୍ତି। ଆସନ୍ତା ୨୭ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲୁରହିବ। ଦେଶ ଏବଂ ବିଦେଶର ବହୁ ଉଚ୍ଚଅଧିକାରୀ ଏବଂ କଳାପ୍ରେମୀ ଏହି ପ୍ରଦର୍ଶନୀରେ ଚିତ୍ରସବୁକୁ ଦେଖି ବେଶ୍ ଉଚ୍ଚ ପ୍ରଶଂସା କରୁଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |