ଜ୍ଞାନବ୍ୟାପୀରେ ପୂଜାର୍ଚ୍ଚନା, ହିନ୍ଦୁ ପକ୍ଷଙ୍କ ଜାରି ରହିବ ପୂଜା ପାଠ: ହାଇକୋର୍ଟଙ୍କ ରାୟ

ନୂଆଦିଲ୍ଲୀ,୨୬।୨: ବାରାଣାସୀର ଜ୍ଞାନବ୍ୟାପୀର ଏକ କଠୋରୀରେ ହିନ୍ଦୁଙ୍କ ପୂଜାର୍ଚ୍ଚନା କରିବା ଉପରେ  ହାଇକେର୍ଟଙ୍କ ରାୟ। ପୂର୍ବରୁ ବାରଣାସୀ ଜିଲ୍ଲା କୋର୍ଟ ପୂଜାର୍ଚ୍ଚନା ପାଇଁ ଅନୁମତି ଦେଇଥିଲେ। କିନ୍ତୁ ମୁସଲିମ ପକ୍ଷ ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।  ଜ୍ଞାନବ୍ୟାପୀ ପୀଠରେ ହିନ୍ଦୁ ପକ୍ଷଙ୍କ ପୂଜା ପାଠ ଜାରି ରହିବ । ଏନେଇ ଆହ୍ଲାବାଦ ହାଇକୋର୍ଟ ରାୟ ଦେଇଛନ୍ତି । ତେବେ ମୁସଲିମ ପକ୍ଷଙ୍କ ଆବେଦନ ଖାରଜ କଲେ କୋର୍ଟ । ପୂଜା ବନ୍ଦ କରିବାକୁ ହୋଇଥିବା ଅବେଦନକୁ ଖାରଜ କରାଯାଇଛି ।ଉତ୍ତରପ୍ରଦେଶର ବାରାଣାସୀରେ ଅବସ୍ଥିତ ଜ୍ଞାନବ୍ୟାପି ପରିସରରେ ବ୍ୟାସ ଜୀଙ୍କର ତେହଖାନାରେ ପୂଜା ହେବ କି ନାହିଁ ସେନେଇ ଆହ୍ଲାବାଦ ହାଇକୋର୍ଟ ଏକ ରାୟ ଦେଇଛନ୍ତି। ଏଠାରେ ପୂଜା କରିବା ପାଇଁ କୋର୍ଟ ଅନୁମତି ଦେଇଛନ୍ତି। ଜଷ୍ଟିସ ରୋହିତ ରଂଜନ ଅଗ୍ରୱାଲଙ୍କ ଏକକ ବେଞ୍ଚରୁ ଏହି ନିଷ୍ପତ୍ତି ନିଆଯାଇଛି। ମୁସଲମାନ ପକ୍ଷ ଅର୍ଥାତ୍‌ ଅଞ୍ଜୁମନ ଇନ୍ତଜାମିଆ ମସଜିଦ କମିଟି ଜିଲା ଜଜ ବାରାଣସୀ ପୂଜା ଆରମ୍ଭ କରିବା ଆଦେଶକୁ ଆଦେଶକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲା।ଜାନୁୟାରୀ ୩୧ରେ ପୂଜା ଆରମ୍ଭ କରିବାକୁ ବାରାଣାସୀ ଜିଲା ଜଜଙ୍କ ନିର୍ଦ୍ଦେଶକୁ କୋର୍ଟ ସମର୍ଥନ କରିଛନ୍ତି। ହାଇକୋର୍ଟଙ୍କ ଏହି ଆଦେଶ ଯୋଗୁ ବ୍ୟାସ ତେହଖାନାରେ ପୂଜା ଜାରି ରହିବ। କୋର୍ଟ ପୂଜାପାଠ ଉପରେ ପ୍ରତିବନ୍ଧକ ଲଗାଇ ନାହାଁନ୍ତି। ଏହି ଆବେଦନକୁ ହାଇକୋର୍ଟ ପ୍ରତ୍ୟାଖ୍ୟାନ କରିଥିବାରୁ ମୁସଲମାନ ଦଳକୁ ଝଟ୍‌କା ଲାଗିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!