ମୁମ୍ବାଇ,୨୬।୨: ବଲିଉଡର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଧାସଙ୍କ ପରଲୋକ । 72 ବର୍ଷ ବୟସରେ ଆଖିବୁଜିଛନ୍ତି ପଙ୍କଜ । ବଲିଉଡ ସିନେମାର ପ୍ରସିଦ୍ଧ କଣ୍ଠଶିଳ୍ପୀ ପଙ୍କଜ ଉଦାସଙ୍କ ଦେହାନ୍ତ ହୋଇଛି । ଅସୁସ୍ଥତା ଯୋଗୁଁ ଦୀର୍ଘଦିନରୁ ଚିକିତ୍ସିତ ଅବସ୍ଥାରେ ରହିଥିଲେ ପଙ୍କଜ । ୭୨ ବର୍ଷ ବୟସରେ ଆଜି ପ୍ରାଣତ୍ୟାଗ କରିଛନ୍ତି ବିଶିଷ୍ଟ କଣ୍ଠଶିଳ୍ପୀ ପଙ୍କଜ ଉଦାସ । ପଙ୍କଜଙ୍କ ମୃତ୍ୟୁ ନେଇ ଝିଅ ନାୟାବ ଉଦାସ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ଅସୁସ୍ଥତା ଯୋଗୁଁ ମୁମ୍ବାଇର ଏକ ହସ୍ପିଟାଲରେ ଆଖି ବୁଜିଛନ୍ତି ପଙ୍କଜ ଉଧାସ । ‘ନାମ’ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗୀତ ଗାଇ ସେ ସିନେପ୍ରେମୀଙ୍କ ମନରେ ଏକ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଥିଲେ । ୨୦୦୬ ମସିହାରେ ପଙ୍କଜ ଉଧାସଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।ପ୍ରସିଦ୍ଧ ପଜଲ୍ ଗାୟକ ପଙ୍କଜଙ୍କ ଦେହାନ୍ତରେ ବର୍ତ୍ତମାନ ସିନେମା ଜଗତରେ ଶୋକର ଛାୟା ଖେଳି ଯାଇଛି । ଏ ନେଇ କଣ୍ଠଶିଳ୍ପୀ ସୋନୁ ନିଗମ ନିଜ ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନୁ ଲେଖିଛନ୍ତି ଯେ, ମୋ ପିଲାବେଳର ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଂଶଙ୍କୁ ଆଜି ମୁଁ ହରାଇ ଦେଇଛି । ଶ୍ରୀ ପଙ୍କଜ ଉଧାସ, ମୁଁ ଆପଣଙ୍କୁ ସର୍ବଦା ମନେ ରଖିବି ।’ ଏଭଳି କିଛି ସୋସିଆଲ ମିଡିଆ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ଗାୟକ ସୋନୁ ନିଗମ୍ ।୧୯୫୧ ମସିହା ମେ’ ୧୭ ତାରିଖରେ ପଙ୍କଜ ଉଧାସ ଗୁଜୁରାଟର ଜେତପୁରରେ ଜନ୍ମଗ୍ରହଣ କରିଥିଲେ । ୧୯୮୦ ମସିହାରେ ସେ ଗଜଲରୁ ନିଜ କ୍ୟାରିୟରର ଶୁଭାରମ୍ଭ କରିଥିଲେ । ‘ଆହତ୍’ ନାମକ ଏକ ଗଜଲ୍ ଆଲବମ୍ ଜରିଆରେ ସଂଗୀତ ଜଗତରେ ପାଦ ଥାପିଥିଲେ ପଙ୍କଜ । ଖୁବ କମ୍ ସମୟରେ ସାରା ଦେଶରେ ପଜଲ ସଂଗୀତ ପର୍ଯ୍ୟାୟ ପାଲଟି ଯାଇଥିଲେ । ବଲିଉଡ ସିନେମାରେ ଗଜଲ ଗାୟକ ସଞ୍ଜୟ ଦତ୍ତଙ୍କ ଅଭିନୀତ ‘ନାମ୍ ଚଳଚ୍ଚିତ୍ରର ‘ଚିଠି ଆଇ ହେ’ ଗାଇ ଲୋକପ୍ରିୟତା ହାସଲ କରିବାରେ ସେ ସଫଳତା ପାଇଛନ୍ତି । ତେବେ ଆଜି ତାଙ୍କ ଦେହାନ୍ତରେ ସାରା ସିନେ ଜଗତରେ ଶୋର ଛାୟା ଖେଳିଯାଇଛି ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |