ରାଜଧାନୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ,ପୁଲିସ- କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର,୨୬।୨:ସରକାର ବିରୋଧରେ ଲୋୟର ପିଏମଜିରେ ଆଜି ଗର୍ଜିଛି ରାଜ୍ୟ କଂଗ୍ରେସ। ରାଜ୍ୟରେ ପାଣି, ଖଣି, ବିଜୁଳି, ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣି ଲୋକସେବା ଭବନ ଘେରାଉ କରିବାକୁ ଉଦ୍ୟମ କରିଥିଲେ କଂଗ୍ରେସର ଶତାଧିକ କର୍ମୀ। କଂଗ୍ରେସ ପିସିସି ସଭାପତି ଶରତ ପଟ୍ଟନାୟକ, ପିସିସି ପ୍ରଭାରୀ ଅଜୟ କୁମାରଙ୍କ ସମେତ ଦଳର ବିଧାୟକ, ଜିଲ୍ଲା ସଭାପତି ଓ ଶତାଧିକ କଂଗ୍ରେସ କର୍ମୀ  କଂଗ୍ରେସ ଭବନରୁ ରାଲିରେ ବାହାରି ଲୋୟର ପିଏମଜିରେ ପହଞ୍ଚିଥିଲେ।ସାରା ରାଜ୍ୟରୁ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଲୋକସେବା ଭବନ ଘେରାଉ ପାଇଁ ଯିବା ବାଟରେ କଂଗ୍ରେସ ନେତା ଓ କର୍ମୀଙ୍କୁ  ଅଟକାଇଥିଲା ପୁଲିସ। ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଅନେକ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।ପରେ ସେମାନେ ଲୋକସଭା ଭବନ ଆଡକୁ ଯିବାବେଳେ ପୁଲିସ ସେମାନଙ୍କୁ ଅଟକାଇଥିଲା। ଏହି ସମୟରେ ପୁଲିସ ଓ କଗ୍ରେଂସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟିଥିଲା ଲୋୟର ପିଏମଜି। ପୁଲିସ କଂଗ୍ରେସ କର୍ମୀଙ୍କୁ ଉଠାଇ ନେଇ ଅଟକ ରଖିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!