ବରମୁଣ୍ଡା ଆମ୍ବେଦକର ବସ୍ ଟର୍ମିନାଲରେ ହେବ ପୋଲିସ୍ ଆଉଟପୋଷ୍ଟ

ଭୁବନେଶ୍ବର,୨୬।୨:   ଉଦ୍‌ଘାଟିତ ହେବାକୁ ଥିବା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍ ଟର୍ମିନାଲରେ ଏକ ପୋଲିସ୍ ଆଉଟପୋଷ୍ଟ ପ୍ରତିଷ୍ଠା କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି । ଏଥିରେ ୮୯ ଜଣ ପୋଲିସ୍ କର୍ମଚାରୀ ନିଯୁକ୍ତି ପାଇବେ। ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ଦେଖି ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ନେଇଛନ୍ତି। ୫ଟି ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍ ଟର୍ମିନାଲର ନିର୍ମାଣ ଶେଷ ପର‌୍ୟ୍ୟାୟରେ ପହଞ୍ଚିଛି। ଖୁବ୍ ଶୀଘ୍ର ଏହା ଲୋକାର୍ପିତ ହେବ। ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍ ଯାତାୟତ କରିବ। ଭବିଷ୍ୟତରେ ବସ୍ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ। ତା ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି ।୫ଟି ଅଧ୍ୟକ୍ଷ ଶ୍ରୀ କାର୍ତ୍ତିକ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା। ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!