ଲୋୟର ପିଏମଜିରେ ମତ୍ସଜୀବୀଙ୍କ ଆନ୍ଦୋଳନ

ଭୁବନେଶ୍ୱର, ,୨୭।୨:ଦାବି ପୂରଣ ନେଇ ରାଜଧାନୀରେ ଗର୍ଜିଲେ ମତ୍ସ୍ୟଜୀବୀ। ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ମତ୍ସ୍ୟଜୀବୀ ସଂଘର ଆନ୍ଦୋଳନ । ୬ ଦଫା ଦାବିରେ ହଜାର ହଜାର ମତ୍ସ୍ୟଜୀବୀଙ୍କ ଆନ୍ଦୋଳନ କରୁଛନ୍ତି । ରାତିରେ ଶତାଧିକ ବସ୍‌ରେ ପାରାଦୀପ ଅଞ୍ଚଳରୁ ଆସି ପହଞ୍ଚିଛନ୍ତି । ଶୋଷିତ ଅବସ୍ଥାରେ ମତ୍ସ୍ୟଜୀବୀମାନେ ରାଜ୍ୟରେ ବଞ୍ଚୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ସଙ୍ଗଠନ ନେତା ।୬ ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି।ଡିଜେଲରେ ରିହାତି, ମୁହାଣଗୁଡ଼ିକରେ ନିୟମିତ ଡ୍ରେଜିଂ, ଶିଳ୍ପର ବିଷାକ୍ତ ଜଳ ସମୁଦ୍ରକୁ ନିଷ୍କାସନ ବନ୍ଦ କରିବା, ମତ୍ସ୍ୟଜୀବୀଙ୍କୁ ଜଙ୍ଗଲ ବିଭାଗ ଓ ତଟରକ୍ଷୀ ବାହିନୀର ଦୁର୍ବ୍ୟବହାର ବନ୍ଦ କରିବା,ମତ୍ସ୍ୟଜୀବୀ କଲ୍ୟାଣ ପାଣ୍ଠି ଗଠନ ଭଳି ୬ ଦାଫା ଦାବି ନେଇ ରାଜଧାନୀରେ ହଜାର ହଜାର ସଂଖ୍ୟାରେ ଏକାଠି ହୋଇ ଆନ୍ଦୋଳନ କରିଛନ୍ତି ମତ୍ସ୍ୟଜୀବୀ।ରାଜ୍ୟ ମତ୍ସ୍ୟଜୀବୀ ମହାସଂଘ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି । ପାରାଦୀପ, ଧାମରା, ବାହାବଳପୁର ଓ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ହଜାର  ହଜାର ମତ୍ସ୍ୟଜୀବୀ ଆସି ଆନ୍ଦୋଳନରେ ସାମିଲ ହୋଇଛନ୍ତି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!