ଆଜି ରାଜ୍ୟ ସଭା ନିର୍ବାଚନ: ୟୁପି, ହିମାଚଳ, କର୍ନାଟକର ୧୫ ଆସନରେ ଭୋଟ

ନୂଆଦିଲ୍ଲୀ,୨୭।୨:  ଆଜି ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ ଏବଂ କର୍ନାଟକର ୧୫ଟି ରାଜ୍ୟ ସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ତିନୋଟି ରାଜ୍ୟରେ ଜଣେ ଅତିରିକ୍ତ ପ୍ରାର୍ଥୀଙ୍କ ପ୍ରବେଶ ହେତୁ ଭୋଟ ଦେବାକୁ ପଡିଲା। ମଙ୍ଗଳବାର ବିଳମ୍ବିତ ରାତିରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।
ଫେବୃଆରୀ ୨୭ ରେ ୧୫ ଟି ରାଜ୍ୟରେ ୫୬ ଟି ଆସନ ପାଇଁ ନିର୍ବାଚନ ଆୟୋଗ ଭୋଟ ଗ୍ରହଣ କରିବାକୁ ଘୋଷଣା କରିଥିଲେ। ଏଥିମଧ୍ୟରୁ ୧୨ଟି ରାଜ୍ୟରେ ୨୦ଜଣ ଭାଜପା ପ୍ରାର୍ଥୀ ସମେତ ୪୧ ଜଣ ପ୍ରାର୍ଥୀ ବିନା ପ୍ରତିଦ୍ୱନ୍ଦିତାରେ ନିର୍ବାଚିତ ହୋଇଥିଲେ। ମଙ୍ଗଳବାର ଉତ୍ତରପ୍ରଦେଶର ୧୦ ଟି, କର୍ନାଟକର ୪ଟି ଏବଂ ହିମାଚଳ ପ୍ରଦେଶର ଗୋଟିଏ ଆସନରେ ଭୋଟ ଗ୍ରହଣ କରାଯିବ। ୧୧ଜଣ ପ୍ରାର୍ଥୀ ଉତ୍ତର ପ୍ରଦେଶର ୧୦ ଟି ସିଟ ପାଇଁ ନିଜ ଭାଗ୍ୟ ପରୀକ୍ଷା କରୁଛନ୍ତି।ଉତ୍ତରପ୍ରଦେଶର ୧୦ ଆସନ ପାଇଁ ଏହି ଦୁଇ ଦଳ ନିକଟରେ ଯେତିକି ବିଧାୟକଙ୍କ ସଂଖ୍ୟା ରହିଛି, ତଦ୍ବାରା ବିଜେପି ୭ ଏବଂ ସମାଜବାଦୀ ପାର୍ଟି ୩ ସାଂସଦଙ୍କୁ ବିନା ପ୍ରତିଦ୍ବନ୍ଦ୍ବିତାରେ ରାଜ୍ୟସଭାକୁ ପଠାଇ ପାରିଥାଆନ୍ତେ। ଉତ୍ତରପ୍ରଦେଶ ବିଧାନସଭାର ମୋଟ ବିଧାୟକଙ୍କ ସଂଖ୍ୟା ୪୦୩ ରହିଥିବା ବେଳେ ବିଜେପି ନିକଟରେ ୨୫୨ ଏବଂ ସମାଜବାଦୀ ପାର୍ଟି ବିଧାୟକଙ୍କ ସଂଖ୍ୟା ୧୦୮ ରହିଛି। ହେଲେ ବିଜେପି ପକ୍ଷରୁ ସଞ୍ଜୟ ସେଠଙ୍କୁ ଛିଡା କରାଯାଇଥିବାରୁ ଏହି ଦୁଇ ଦଳ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ହେବ ବୋଲି କୁହାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!