NAC ଘୋଷଣା ଦାବିରେ ବିଭିନ୍ନ ସ୍ଥାନରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ୱର,୨୭।୨:ରାଜ୍ୟର ବିଭିନ୍ନ ସ୍ଥାନରେ ତେଜୁଛି ସରକାର ବିରୋଧୀ NAC ନିଆଁ। NAC ଘୋଷଣା ଦାବିରେ ଅଲଟିମେଟମ ଦେଇ, ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯାଉଛି। ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଓ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟାରେ ବି ସରକାରଙ୍କ ବିରୋଧରେ ଅସନ୍ତୋଷ ଦେଖିବାକୁ ମିଳିଛି । NAC ଘୋଷଣା ଦାବି ନେଇ ଏହି ଦୁଇଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଉଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ ପାଇଁ ଡାକରା ଦିଆଯାଇଛି ।ଏହି କ୍ରମରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା, ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ,କଳାହାଣ୍ଡି ଜିଲ୍ଲା ଏମ୍. ରାମପୁର ଓ ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଆଜି ବନ୍ଦ ପାଳନ କରାଯାଇଛି। NAC ଘୋଷଣା ଦାବିରେ ବିଭିନ୍ନ ସ୍ଥାନରେ ଆଜି ବନ୍ଦ ଡାକରା ଦିଆଯାଇଛି।NAC ଦାବିରେ ବଙ୍ଗୋମୁଣ୍ଡାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି।  ବନ୍ଦ ଯୋଗୁ ଦୋକାନ ବଜାର, ଅଖଚକ ସମ୍ପୂର୍ଣ୍ଣ ବନ୍ଦ ଥିବାବେଳେ ଜରୁରୀ କାଳୀନ ସେବାକୁ ବାଦ ଦିଆଯାଇଛି। ଏବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଚାଲୁରହିଥିବାରୁ ଶିକ୍ଷ୍ୟାନୁଷ୍ଠାନକୁ ବି ବାଦ ଦିଆଯାଇଛି। ଏହି ବନ୍ଦକୁ ସମର୍ଥନ କରିଛନ୍ତି ବଙ୍ଗୋମୁଣ୍ଡାର ସମସ୍ତ ସଂଗଠନ l ରାଜ୍ୟ ସରକାରଙ୍କ ନୂତନ ଏନଏସି ଘୋଷଣା ତାଲିକାରୁ ବଙ୍ଗୋମୁଣ୍ଡା ବାଦ ପଡିବାରୁ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ଏହାରି ପ୍ରତିବାଦରେ ବନ୍ଦ ପାଳନ କରାଯାଇଛି।ସେହିପରି NAC ଘୋଷଣା ଦାବିରେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯାଇଛି। ସୁବଳୟାରେ ଦୋକାନ ବଜାର, ସରକାରୀଓ ବେସରକାରୀ ପ୍ରତିଷ୍ଠାନ ବନ୍ଦ ରହିବା ସହ ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଛି।NAC ମାନ୍ୟତା ଦାବିରେ କଳାହାଣ୍ଡି ଜିଲ୍ଲା ଏମ୍ ରାମପୁରରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛନ୍ତି ସ୍ଥାନୀୟ ବାସିନ୍ଦା। ବନ୍ଦ ଯୋଗୁ ଏମ.ରାମପୁରରେ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି। ଯଦି ସରକାର ଦାବି ନ ଶୁଣନ୍ତି ଆଗାମୀ ଦିନରେ ବଡ ଆନ୍ଦୋଳନ କରାଯିବ ବୋଲି ଆନ୍ଦୋଳନକାରୀ ଚେତାବନୀ ଦେଇଛନ୍ତି।ବାଲେଶ୍ୱର ଜିଲ୍ଲା ବା଼ଲିଆପାଳକୁ NAC ମାନ୍ୟତା ଦାବିରେ ବନ୍ଦ ପାଳନ କରାଯାଇଛି। ସ୍ୱାଭିମାନ ମଞ୍ଚ ପକ୍ଷରୁ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ବନ୍ଦ ପାଳନ କରାଯାଇଛି। ଆନ୍ଦୋଳନକାରୀମାନେ  ବିଭିନ୍ନ ସ୍ଥାନରେ ଟାୟାର ଜାଳି ରାସ୍ତାରୋକ, ଦୋକାନ ବଜାର ବନ୍ଦ କରିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!