ଭୁବନେଶ୍ବର,୨୮ା୨:ଜନ୍ମ ମାଟି ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଓଡ଼ିଶାର ମୟୂରଭଞ୍ଜରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବାୟୁସେନାର ସ୍ୱତନ୍ତ୍ର ବିମାନରେ ପହଞ୍ଚିଛନ୍ତି । ପରେ ଖିଚିଂରେ ମାଆ କିଚକେଶ୍ବରୀଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଇରଙ୍ଗପୁରରେ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ରାଇରଙ୍ଗପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ଯାସ ଓ ଉଦଘାଟନ କରିବେ ରାଷ୍ଟ୍ରପତି। ମୟୂରଭଞ୍ଜ ଜିଲ୍ଲାରେ ରାଷ୍ଟ୍ରପତିଙ୍କ ସୁରକ୍ଷାରେ ୧୫ ପ୍ଲାଟୁନ୍ ଫୋର୍ସ ମୁତୟନ ରହିଛନ୍ତି।ଝାଡଖଣ୍ଡ ରାଞ୍ଚିରୁ ସ୍ୱତନ୍ତ୍ର ହେଲିକପ୍ଟର ଯୋଗେ ଆସି ସେ ସୁକ୍ରୁଲି ପାଣ୍ଡୁରସିଲୀ ଫୁଟବଲ ଗ୍ରାଉଣ୍ଡରେ ପହଞ୍ଚିଛନ୍ତି। ସେଠାରୁ ସେ ଖିଚିଂ ଯାଇ ମାଆ କୀଚକେଶ୍ୱରୀଙ୍କୁ ଦର୍ଶନ କରିଥିଲେ। ସେଠାରେ ସେ ପ୍ରସାଦ ସେବନ କରିବାର କାର୍ଯ୍ୟକ୍ରମ ରହିଛି। ଅତିଥିଙ୍କ ସହ ତଳେ ବସି ରାଷ୍ଟ୍ରପତି ପ୍ରସାଦ ସେବନ କରିବେ। ରାଷ୍ଟ୍ରପତିଙ୍କ ପାଇ ଖେଚେଡ଼ି, ଖିରି, ପାୟସ୍ ଓ ଶାଗ ଭଜା ହୋଇଛି। ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ଓ ଅନ୍ୟାନ୍ୟ ଅତିଥିମାନେ ମଧ୍ୟ ପ୍ରସାଦ ସେବନ କରିବେ।ପ୍ରସାଦ ସେବନ ପରେ ରାଷ୍ଟ୍ରପତି ରାଇରଂଗପୁର ଯାଇ କେନ୍ଦ୍ରୀୟ ବିଦ୍ୟାଳୟ ପାର୍ଶ୍ୱରେ ଥିବା ହଲି ଡେ ହୋମ୍ର ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବେ। ତା’ପରେ ରାଷ୍ଟ୍ରପତି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିବେ। ସେଠାରୁ ସେ ରାଇରଂଗପୁର ମହୁଲଡିହା ସ୍ଥିତ ବାସଭବନକୁ ଯାଇ ନିଜର ସମ୍ପର୍କୀୟମାନଙ୍କୁ ଭେଟିବା ସହ ରାତ୍ରି ଭୋଜନ କରିବେ। ଆସନ୍ତାକାଲି କେନ୍ଦୁଝର ଧରଣୀଧର ବିଶ୍ୱ ବିଦ୍ୟାଳୟର ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟକ୍ରମ ରହିଛି।୨୯ ତାରିଖରେ କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ କେନ୍ଦୁଝରର ଜନଜାତିଙ୍କ ଉପରେ ଆୟୋଜିତ ଆଲୋଚନାଚକ୍ରକୁ ଉଦ୍ଘାଟନ କରିବେ ରାଷ୍ଟ୍ରପତି। ଅପରାହ୍ଣ ୫ଟା ୨୦ରେ ରାଷ୍ଟ୍ରପତି ବିମାନବନ୍ଦରରେ ପହଞ୍ଚିବେ। ସେଠାରୁ ଭୁବନେଶ୍ୱର ଉତ୍କଳ ବିଶ୍ୱବିଦ୍ୟାଳୟର ୫୩ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ହେବେ। ୬ଟା ୫୪ରେ ସେ ରାଜଭବନରେ ପହଞ୍ଚି ସେଠାରେ ପହଞ୍ଚି ରାତ୍ରଭୋଜନ କରିବା ସହ ରହିବେ।ମାର୍ଚ୍ଚ ୧ ତାରିଖରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୫ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ ରାଷ୍ଟ୍ରପତି। ଅପରାହ୍ଣ ୪ଟା ୫ରେ କଟକରେ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ସୁବର୍ଣ୍ଣ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗଦେବେ।୨ ତାରିଖ ସକାଳ ୧୦ଟା ୧୦ରେ ଝାଡ଼ସୁଗଡ଼ା ବିମାନବନ୍ଦରରେ ଓହ୍ଲାଇ ସିଧା ସମ୍ୱଲପୁର ଜିଲ୍ଲା ଗସ୍ତରେ ଯିବେ ରାଷ୍ଟ୍ରପତି। ସେଠାରେ ସନ୍ଥକବି ଭୀମଭୋଇଙ୍କ ଦିବ୍ୟଜ୍ୟୋତି ଦର୍ଶନ ସହ ବିଭିନ୍ନ ସ୍ଥାନ ପରିଭ୍ରମଣ କରିବେ। ଏହାସହ ସମ୍ବଲପୁର ମିନି ଷ୍ଟାଡିୟମରେ ମହିମା ସମ୍ପ୍ରଦାୟ ଅନୁଗାମୀଙ୍କ ସହ ଭେଟିବେ ବୋଲି କାର୍ଯ୍ୟସୂଚୀରେ ସ୍ଥିର କରାଯାଇଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |