ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କଲେ ବିଲ୍ ଗେଟ୍ସ

ଭୁବନେଶ୍ୱର,୨୮।୨: ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଭୁବନେଶ୍ବର ଗସ୍ତରେ ଥିବା ଶ୍ରୀ ଗେଟ୍ସ ବିଭିନ୍ନ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସହ ଆଲୋଚନା କରିଛନ୍ତି। ଉଭୟଙ୍କ ମଧ୍ୟରେ ଆଲୋଚନାରେ ଓଡିଶାର ବିଭିନ୍ନ ବିକାଶମୂଳକ କାର୍ଯ୍ୟକ୍ରମ, କୃଷି ଓ କୃଷକଙ୍କ ବିକାଶ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ବସ୍ତି ପରିଚାଳନା ଓ ବିଭିନ୍ନ କ୍ଷେତ୍ରରେ ରୂପାନ୍ତରଣ ପ୍ରସଙ୍ଗ ସ୍ଥାନ ପାଇଥିଲା। ମୁଖ୍ୟମନ୍ତ୍ରୀ-ବିଲ୍ ଗେଟ୍ସ ଆଲୋଚନା ବେଳେ ୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ମଧ୍ୟ ଉପସ୍ଥିତ ଥିଲେ।  ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍ ଗେଟ୍ସ ଭୁବନେଶ୍ୱରକୁ ଦିନିକିଆ ଗସ୍ତରେ ଆସିଛନ୍ତି। ଗତକାଲି ରାତିରେ ସେ ଭୁବନେଶ୍ୱରରେ ପହଞ୍ଚିଥିଲେ। ଏବଂ ଆଜି ସକାଳୁ ରାଜଧାନୀ ଭୁବନେଶ୍ୱର ଲୁମ୍ବିନୀ ବିହାର ମାଆ ମଙ୍ଗଳା ବସ୍ତି ପରିଦର୍ଶନ କରିଥିଲେ। ତେବେ ବସ୍ତି ବୁଲିବା ସହ ସେ ଏଠାକାର ଲୋକଙ୍କ ଜୀବନଶୈଳୀ ବୁଲି ଦେଖିଥିଲେ । ସେମାନଙ୍କୁ ଏଠାର କଣ ସବୁ ମୌଳିକ ସୁବିଧା ମିଳୁଛି ସେ ବିଷୟରେ ଘରକୁ ଘର ଯାଇ ପଚାରି ବୁଝିଥିଲେ। ଏହାପରେ କୃଷି ଭବନ ପରିଦର୍ଶନ କରିବା ସହିତ ଗେଟ୍ସ ଫାଉଣ୍ଡେସନ୍ ସହାୟତାରେ ବିଭିନ୍ନ ବିଭାଗରେ ଚାଲିଥିବା ଯୋଜନାର ସମୀକ୍ଷା କରିଥିଲେ। ଏଥି ସହିତ ବିଲ୍ ଗେଟ୍ସ ଭୁବନେଶ୍ୱରରେ ନୂଆ ଭାବେ ଉଦ୍‌ଘାଟିତ ହୋଇଥିବା ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ। ବିଲ୍ ଗେଟ୍ସ ମିଶନ ଶକ୍ତି ବଜାରର ସବୁ ଷ୍ଟଲକୁ ଗୋଟିଗୋଟି କରି ବୁଲି ଦେଖିବା ସହ ବିକ୍ରି ହେଉଥିବା ଉତ୍ପାଦ ବିଷୟରେ ପଚାରି ବୁଝିଥିଲେ। ତେବେ ମିଶନ ଶକ୍ତି ବଜାର ପରିଦର୍ଶନ କରିବା ସହ ବିଲ୍ ଗେଟ୍ସ କୋରାପୁଟ୍ କଫି ପିଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!