ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ,୨୯।୨:ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେବ । ଏଥିରେ ନୂତନ ଶ୍ରୀମନ୍ଦିର ପ୍ରଶାସନ ଅଫିସ୍ ନିର୍ମାଣ, ଶ୍ରୀଜଗନ୍ନାଥ ଅଭ୍ୟର୍ଥନା କକ୍ଷ ନିର୍ମାଣ, ରଘୁନନ୍ଦନ ଲାଇବ୍ରେରୀ ଓ ସାଂସ୍କୃତିକ କେନ୍ଦ୍ର ନିର୍ମାଣ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯିବ ।ରତ୍ନଭଣ୍ଡାରର ବାହାର ପଟ ଲେଜର ସ୍କାନିଂର ରିପୋର୍ଟ ASI ତରଫରୁ ଉପସ୍ଥାପିତ କରାଯିବ ଏବଂ ମରାମତି ସମ୍ପର୍କରେ ଆଲୋଚନା ହେବ । ଶ୍ରୀମନ୍ଦିରର ଆଲୋକୀକରଣ ଓ ପ୍ରମୋଦ ଉଦ୍ୟାନର ବିକାଶ ଉପରେ ମଧ୍ୟ ଆଲୋଚନା କରାଯିବାର କାର୍ଯ୍ୟକ୍ରମ ରହିଛି ।ଶ୍ରୀମନ୍ଦିର ଉତ୍ତରଦ୍ୱାର ଗୁମୁଟ ତଳ ଭାଗରେ ଫାଟ ଥିବା ଆଗରୁ ଜଣାଥିଲା । ଘଟଣାର ଅନୁଧ୍ୟାନ କରାଯାଇଛି, ଦୁଇ ଚାରି ଦିନରେ ପଥର ବଦଳାଇ ଦିଆଯିବ । ପୁରୀ ସର୍କଲର ASI ଅଧୀକ୍ଷକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି କେବଲିଂ ଓ ପାଇପ୍ ଲାଇନ୍ ପାଇଁ ସେହି ଫାଟ ହୋଇଛି। ‘ଫାଟ ଆଜିର ନୁହେଁ, ଦୀର୍ଘଦିନର। ଆମେ ଏହାକୁ ରିପ୍ଲେସ କରିବୁ ବୋଲି ଅଧୀକ୍ଷକ କହିଥିଲେ ।ଗରୁଡ଼ ସ୍ତମ୍ଭର ପୂର୍ବପଟ ବିମରେ ଫାଟ ଅଛି, ହେଲେ ୫ ବର୍ଷରେ ଫାଟ ବଢ଼ିନି । ଷ୍ଟେନଲେସ୍ ଷ୍ଟିଲର ସପୋର୍ଟିଭ୍ ବିମ୍ ପ୍ରସ୍ତୁତ ହୋଇଛି । ରଥଯାତ୍ରା ପୂର୍ବରୁ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ଅଧୀକ୍ଷକ ସୂଚନା ଦେଇଥିଲେ । ରଥଯାତ୍ର ପୂର୍ବରୁ କାମ ସାରିବାକୁ ଏଏସଆଇ ଲକ୍ଷ୍ୟ ରଖିଥିବା ସୂଚନା ଦେଇଛନ୍ତି ଏଏସଆଇ ଅଧିକ୍ଷକ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!