ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ

 ରାଉରକେଲା,୨୯।୨ : ଭିଜିଲାନ୍ସ ଜାଲରେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ । ଗ୍ୟାସ ମେକାନିକ ବିଶ୍ୱନାଥ ସିଂହଙ୍କ ଫାଇଲ ପାସ କରିଦେବାକୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ ଟିମ । ତାଙ୍କ ନିକଟରୁ ଭିଜିଲାନ୍ସ ଅଧିକାରୀ ରଙ୍ଗବୋଳା ଟଙ୍କା ଜବତ କରିଛନ୍ତି । ଟିମ ଅଧିକାରୀ ଏକକାଳୀନ ତାଙ୍କ ଅଫିସ ଓ କାର୍ଯ୍ୟାଳୟରେ ଚଢ଼ାଉ ଜାରି ରଖିଛନ୍ତି । ମିଳିଥିବା ସୂଚନାମୁତାବକ ବିଶ୍ୱନାଥ ବାଲୁଘାଟ ବସ୍ତିରେ ରହନ୍ତି । ସେ ରୁପୁଟୋଲାରେ ଥିବା ଭାରତ ଗ୍ୟାସ ଏଜେନସିରେ ଚୁଲା ମେକାନିକ କାମ କରୁଥିଲେ । ଗତ ୨୦୨୦ ମେ ମାସରେ ସଡ଼କ ଦୁର୍ଘଟଣାରେ ଆହତ ହୋଇଥିଲେ । ତାଙ୍କୁ ପ୍ରଥମେ ଇଏସଆଇ ମଡେଲ ହସ୍ପିଟାଲ ଓ ପରେ ଆଇଜିଏଚକୁ ସ୍ଥାନାନ୍ତର କରାଯାଇଥିଲା ।ହସ୍ପିଟାଲରୁ ଭଲ ହୋଇ ଫେରିବା ପରେ ଚିକିତ୍ସା ଖର୍ଚ୍ଚ ପ୍ରାୟ ଲକ୍ଷେ ଟଙ୍କା ଫେରିପାଇବାକୁ ରାଉରକେଲା ଆଇଟିଆଇ ନିକଟସ୍ଥ ଇଏସଆଇ ଡିସପେନସରୀରେ ବରିଷ୍ଠ କିରାଣୀ ଅଭିରାମ ସାହୁଙ୍କୁ ଦେଖା କରିଥିଲେ | ଅଭିରାମଙ୍କ କହିବାନୁଯାୟୀ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ | ଅଭିରାମ ଫାଇଲ ପାସ କରିଦେବା ପାଇଁ ୧୦ ହଜାର ଟଙ୍କା ଦାବି କରିଥିଲେ | ଦାବି ମୁତାବକ ଟଙ୍କା ନ ଦେଇ ପାରିବାରୁ ଅଭିରାମ ବିଶ୍ୱନାଥକୁ ଦିନ ପରେ ଦିନ ଗଡ଼ାଇ ଚାଲିଥିଲେ | ଶେଷରେ କୌଣସି ଉପାୟ ନ ପାଇ ବିଶ୍ୱନାଥ ଭିଜିଲାନ୍ସ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଥିଲେ |

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!