ଭୁବନେଶ୍ୱର,୧।୩: ରାଜ୍ୟ ସରକାର ଗଣଶିକ୍ଷକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଓଟିଇଟି ପାସ୍ କରି ନ ଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ଶୁକ୍ରବାର ବୃଦ୍ଧି କରିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଏହା ଘୋଷଣା କରାଯାଇଛି। ଫଳରେ ଗଣଶିକ୍ଷକଙ୍କ ଦରମା ୭ରୁ ବୃଦ୍ଧି ପାଇଁ ୧୦ ହଜାରରେ ପହଞ୍ଚିଛି। ରାଜ୍ୟର ମୋଟ ୧୧୨୧ ଶିକ୍ଷୟିତ୍ରିଶିକ୍ଷକ ଏହାଦ୍ୱାରା ଉପକୃତ ହେବେ। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି) ପାସ କରିନଥିବା ଗଣଶିକ୍ଷକଙ୍କ ପାରିଶ୍ରମିକ ବୃଦ୍ଧି କରାଯାଇଛି । ଇଟିଇଟି ପାସ କରିଥିବା ଏକ୍ସ କ୍ୟାଡର ସହକାରୀ ଶିକ୍ଷକମାନେ ବାର୍ଷିକ ଉନକ୍ରିମେଣ୍ଟ ପାଇବେ । ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ରାଜ୍ୟର ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଗଣଶିକ୍ଷକମାନେ ଏଥିପାଇଁ ଅନୁରୋଧ କରିଥିଲେ । ତେଣୁ ଉକ୍ତ ପ୍ରସ୍ତାବକୁ ବିଚାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନିଷ୍ପତ୍ତି ନେଇଛନ୍ତି ।ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତି ଅନୁଯାୟୀ ଓଟିଇଟି ପାସ କରିଥିବା ଗଣଶିକ୍ଷକମାନଙ୍କୁ ଏମ.ଇଡ ଶିକ୍ଷକ (ଏକ୍ସ କ୍ୟାଡର) ଭାବେ ନିୟମିତ କରଯିବ । ଏହାଦ୍ୱାରା ରାଜ୍ୟର ୧୪୭୨ ଜଣ ଗଣଶିକ୍ଷକ ଉପକୃତ ହେବେ । ସେହିପରି ଓଟିଇଟି ପାସ୍ କରିନଥିବା ଗଣଶିକ୍ଷକଙ୍କ ପାରିତୋଷିକ ୭ ହଜାର ଟଙ୍କାରୁ ୧୦ ହଜାରକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ୧୧୨୧ ଜଣ ଗଣଶିକ୍ଷକ ଉପକୃତ ହେବେ । ଯେଉଁ ସହକାରୀ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ମିଳୁନାହିଁ ସେମାନଙ୍କ ମଧ୍ୟରୁ ଓଟିଇଟି ପାସ୍ କରିଥିବା ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ମାନଙ୍କୁ ବାର୍ଷିକ ଇନକ୍ରିମେଣ୍ଟ ପ୍ରଦାନ କରାଯିବ । ଏହାଦ୍ୱାରା ୯୫୨୦ ଜଣ ସହକାରୀ ଶିକ୍ଷକ (ଏକ୍ସ କ୍ୟାଡର) ଉପକୃତ ହେବେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |