ନବୀନ ନିବାସ ଘେରାଉ ,ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି

ଭୁବନେଶ୍ୱର,୧।୩:  ନବୀନ ନିବାସ ଅଭିମୁଖେ ଯୁବ କଂଗ୍ରେସର ରାଲି । ରାଲି ଅଟକାଇବା ବେଳେ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି ଯୁବ କଂଗ୍ରେସ କର୍ମୀ । ବ୍ୟାରିକେଡ୍‌ ଡେଇଁ ଧସେଇ ପଶିବାକୁ କଂଗ୍ରେସ କର୍ମୀଙ୍କ ଉଦ୍ୟମ । ନବୀନ ନିବାସ ଘେରାଉ ଉଦ୍ୟମ ବେଳେ ପୁଲିସ-ଯୁବ କଂଗ୍ରେସ କର୍ମୀ ଧସ୍ତାଧସ୍ତି ହୋଇଛି। ଯୁବ କଂଗ୍ରେସ କର୍ମୀମାନେ ପୁଲିସ ଉପରକୁ ଅଣ୍ଡା ଓ ଟମାଟୋ ମାରିଛନ୍ତି। ବେକାରୀ ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଆଜି ବିକ୍ଷୋଭ କରିବା ସହ ନବୀନ ନିବାସ ଅଭିମୁଖେ ଯାଉଥିଲେ। ବ୍ୟାରିକେଡ ଭାଙ୍ଗି ନବୀନ ନିବାସ ଅଭିମୁଖେ ଯାଉଥିବା ବେଳେ ରାଜଭବନ ନିକଟରେ ଅଟକାଇଥିଲା ପୁଲିସ। ଫଳରେ ଉଭୟ ପୁଲିସ-ଯୁବ କଂଗ୍ରେସ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା। ଭାରତୀୟ ଯୁବ କଂଗ୍ରେସ ସଭାପତି ବି.ଭି ଶ୍ରୀନିବାସଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି।  ବେରୋଜଗାର, ଆଇନ ଶୃଙ୍ଖଳା ପ୍ରତିବାଦରେ କଂଗ୍ରେସର ଆନ୍ଦୋଳନ କରିଥିବା ନେଇ କହିଛି ଯୁବ କଂଗ୍ରେସ । ତେବେ ସୂଚନା ଅନୁସାରେ ଏହି ରାଲିରେ ଯୁବ କଂଗ୍ରେସ ଜାତୀୟ ଅଧ୍ୟକ୍ଷ ବି.ଭି ଶ୍ରୀନିବାସ ସାମିଲ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!