ନୂଆଦିଲ୍ଲୀ,୨।୩:ବିଜେଡି ଛାଡିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି । ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇଲେ ଇସ୍ତଫା ପତ୍ର । ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା । ଆସନ୍ତାକାଲି ବିଜେପିରେ ଯୋଗଦେବେ ଅରବିନ୍ଦ ଢାଲି ।ବିଜେଡିରୁ ଇସ୍ତଫା ଦେଇଛନ୍ତି ଜୟଦେବ ନିର୍ବାଚନ ମଣ୍ଡଳୀର ବିଧାୟକ ଅରବିନ୍ଦ ଢାଲି । ସେ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଜଣାପଡ଼ିଛି । ନିଜର ଇସ୍ତଫା ପତ୍ରକୁ ଶ୍ରୀ ଢାଲି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଶ୍ରୀ ଢାଲି ଆସନ୍ତାକାଲି ବିଜେପିରେ ଯୋଗ ଦେବେ ବୋଲି କୁହାଯାଉଛି । ଏନେଇ ଅରବିନ୍ଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।ତେବେ ଅରବିନ୍ଦଙ୍କ ଇସ୍ତଫା ପରେ ଏବେ ବିଜେଡିକୁ ଏକ ବଡ଼ ଝଟକା ଲାଗିଛି । ଏ ବାବଦରେ ସେ ଆସନ୍ତାକାଲି ସୂଚନା ଦେବେ ବୋଲି କହିଛନ୍ତି । ଜଣେ ସନ୍ତୁଷ୍ଟ ଥିଲେ ଦଳ ଛାଡ଼ିବ ନାହିଁ ବୋଲି ସେ କହିଛନ୍ତି । ଶ୍ରୀ ଢାଲି ୬ ଥର ରାଜ୍ୟ ବିଧାନସଭାକୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୯୨ରୁ ୨୦୦୦ ମସିହା ପର୍ଯ୍ୟନ୍ତ ସେ ମାଲକାନଗିରି ଓ ୨୦୦୯ରୁ ୨୦୧୯ ପର୍ଯ୍ୟନ୍ତ ଜୟଦେବ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ୱ କରିଥିଲେ । ବିଜେଡି-ବିଜେପି ମେଣ୍ଟ ସରକାରରେ ସେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ପରିବହନ ଓ ନିଗମ ମନ୍ତ୍ରୀ ଥିଲେ । ୨୦୦୬ ମସିହାରେ ସେ ବିଜେପିରେ ସାମିଲ ହୋଇଥିଲେ । ୨୦୦୮ରେ ସେ ସମାଜବାଦୀ ପାର୍ଟି ଓ ପରବର୍ତ୍ତୀ ସମୟରେ ବିଜେଡିରେ ସାମିଲ ହୋଇଥିଲେ ।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |