ଭୁବନେଶ୍ବର,,୩।୩ : ରାଜ୍ୟରେ ଖରାର ପ୍ରକୋପ ବଢ଼ିବାରେ ଲାଗିଛି। ରାଜ୍ୟରେ ବଢିଲା ତାତି। ଗତକାଲି ମାଲକାନଗିରିରେ ସର୍ବାଧିକ ତାପମାତ୍ରା ୩୭ ଡିଗ୍ରୀ ସେଲସିୟସ ରହିଥିବା ବେଳେ ତା ତଳକୁ ରାଜଧାନୀର ଭୁବନେଶ୍ୱରର ତାପମାତ୍ରା ଥିଲା ୩୬ ଦଶମିକ ୮ ଡିଗ୍ରୀ ସେଲସିୟସ। ରାଜ୍ୟର ୩୫ ସ୍ଥାନରେ ତାପମାତ୍ରା ୩୦ ଡିଗ୍ରୀ ଉପରେ ରହିଥିଲା |ଆସନ୍ତା ଦୁଇ ଦିନରେ ତାପମାତ୍ରା ୨ ଡିଗ୍ରୀ ବୃଦ୍ଧି ପାଇବ ବୋଲି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେହିପରି ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ। ଶନିବାର ମାଲକାନଗିରିରେ ପାରଦ ସର୍ବାଧିକ ୩୭ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଏହାବ୍ୟତୀତ ରାଜଧାନୀ ସମେତ ୫ଟି ସ୍ଥାନରେ ପାରଦ ୩୬ ଡିଗ୍ରୀ ଉପରେ ରେକର୍ଡ଼ ହୋଇଛି। ଭୁବନେଶ୍ବର ଓ ପାରଳାଖେମୁଣ୍ଡିରେ ୩୬.୮ ଡିଗ୍ରୀ ଲେଖାଏଁ, ବଲାଙ୍ଗୀରରେ ୩୬.୭ ଡିଗ୍ରୀ, ନୟାଗଡ଼ ୩୬.୫ ଡିଗ୍ରୀ, ସୁବର୍ଣ୍ଣପୁର ୩୬.୨ ଡିଗ୍ରୀ ତାପମାତ୍ରା ରହିଛି। ଟିଟଲାଗଡ଼ ଓ ଭବାନୀପାଟଣାରେ ୩୬ ଡିଗ୍ରୀ ଲେଖାଏଁ ତାପମାତ୍ରା ରହିଥିବାବେଳେ ୫ଟି ସ୍ଥାନରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଛି। ଅନ୍ୟପକ୍ଷରେ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ବରଗଡ଼, ସମ୍ବଲପୁର, ମୟୂରଭଞ୍ଜ ଏବଂ ବାଲେଶ୍ବର ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମଧରଣ ବର୍ଷା କିମ୍ବା ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |