ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ; ବୁଡ଼ିଗଲା ପୁରା ଗାଁ

କଳାହାଣ୍ଡି,୪ା୩ :   କଳମପୁର ବ୍ଲକ ଦେପୁର ଗାଁ ନିକଟରେ ଭୁଶୁଡିଲା ଇନ୍ଦ୍ରାବତୀ ଦକ୍ଷିଣ କେନାଲ । ୨୦ ଫୁଟର ଘାଇ, ଘାଇ ହେବା ଫଳରେ ଜଳମଗ୍ନ ହୋଇଛି ଦେପୁର ଗାଁ । ଘରେ ଘରେ ପାଣି ପସି ଘର ସାମଗ୍ରୀ, ଆସବାବପତ୍ର ନଷ୍ଟ ସହିତ ରାସ୍ତା ଉପରେ ଚାଲିଛି ୫ ଫୁଟର ପାଣି ।ରାତିରେ ସମସ୍ତେ ଘରେ ଶୋଇଥିବା ବେଳେ ଭାଙ୍ଗିଲା କେନାଲ । ଗାଁ ରେ ପାଣି ପଶିବା ପରେ ଲୋକେ ଜାଣି ଘରୁ ବାହାରିଥିଲେ । ଅନେକ ଲୋକଙ୍କ ଘରେ ପାଣି ପସି ଯିବା ଫଳରେ ଘର ଆଜବେଷ୍ଟର ଭାଙ୍ଗି ଘରୁ ବାହାରକୁ ବାହାରିଥିବା କହିଛନ୍ତି ଲୋକେ । ପ୍ରଶାସନ ବର୍ତମାନ ପର୍ଯ୍ୟନ୍ତ ପହଞ୍ଚି ନ ଥିବା ସୂଚନା ।ଭୁଶୁଡ଼ିଗଲା କେନାଲ, ବୁଡ଼ିଗଲା ଘର। କଳାହାଣ୍ଡି କଳମପୁର ବ୍ଲକରେ ଇନ୍ଦ୍ରାବତୀ ଦକ୍ଷିଣ କେନାଲରେ ୨୦ ଫୁଟ ଘାଇ ସୃଷ୍ଟି ହୋଇଛି। ହଠାତ ପାଣି ମାଡି ଆସିବା ଫଳରେ ବୁଡ଼ି ଯାଇଛି ଆଖପାଖ ଅଞ୍ଚଳ। ଆଜି ଭୋରରେ ହଠାତ୍ କେନାଲରେ ଘାଇ ସୃଷ୍ଟି ହୋଇଥିଲା। ଚାହୁଁ ଚାହୁଁ କେହି କିଛି ବୁଝିବା ପୂର୍ବରୁ ପୁରା ଅଞ୍ଚଳରେ ପାଣି ମାଡ଼ି ଯାଇଥିଲା।ପରିସ୍ଥିତି ଏମିତି ହୋଇଥିଲା କି ଲୋକେ ଘରେ ଥିବା ବେଳେ କିଛି ସେକେଣ୍ଡ ମଧ୍ୟରେ ପାଣି ବେକ ଯାଏଁ ଚାଲି ଆସିଥିଲା। କୌଣସି ମତେ ଘର ଆଜବେଷ୍ଟସ୍ ଭାଙ୍ଗି ଲୋକେ ଜୀବନ ବଞ୍ଚାଇଛନ୍ତି। କେନାଲ ଭୁଶୁଡ଼ିବା ଯୋଗୁଁ ଏବେ ଦେପୁର ଓ ଆଖପାଖ ଅଞ୍ଚଳରେ ୫ ଫୁଟର ପାଣି ପ୍ରବାହିତ ହେଉଛି। ଚାଉଳ ଡାଲି ସହ ସମସ୍ତ ଆସବାବପତ୍ର ଭାସି ଯାଇଛି।ଲୋକେ ନା ଘରେ ରହିପାରୁଛନ୍ତି ନା ବାହାରେ,ପରିସ୍ଥିତି ଏବେ ଏମିତି ହୋଇଛି କି ସେଠି ରେସ୍କ୍ୟୁ କରିବା ସହ ସମସ୍ତଙ୍କୁ ଉଦ୍ଧାର କରାଯିବା ଜରୁରି ହୋଇପଡ଼ିଛି। ସମୟ ଯେତେ ବଢ଼ୁଛି ପରିସ୍ଥିତି ସେତେ ବିଗୁଡ଼ୁଛି । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀ ପହଞ୍ଚି ଘାଇ ମରାମତି କାମ ଆରମ୍ଭ କରିଥିବା ଜଣାପଡ଼ିଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!