ଭୁବନେଶ୍ୱର,୨୨।୩: ରାଜ୍ୟରେ ଭାଜପା ସହ ମେଣ୍ଟ କରିବାକୁ ବିଜେଡି ନିବେଦନ କରିଥିଲା। କିନ୍ତୁ ଭାଜପା ବିଜେଡିର ନିବେଦନକୁ ପ୍ରତ୍ୟାଖ୍ୟାନ କରିଛି ବୋଲି ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ। ରାଜ୍ୟରେ କିଛି ଦିନ ଧରି ଜାରି ରହିଥିବା ବିଜେଡି-ଭାଜପା ମେଣ୍ଟ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିବା ପରେ ଅପରାଜିତା ଏହି ବଡ଼ ବୟାନ ଦେଇଛନ୍ତି।କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ମେଣ୍ଟ ଆଶା ମଉଳିବାର ସଂକେତ ଦେଇଛନ୍ତି। ସେ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ମନମୋହନଙ୍କ ପୋଷ୍ଟକୁ ରିପୋଷ୍ଟ କରିଛନ୍ତି। ଓଡିଶାରେ ବିଜେପି ଏକାକୀ ଲଢିବା ନେଇ ମନମୋହନ ଯେଉଁ ପୋଷ୍ଟ କରିଛନ୍ତି ତାକୁ ରିପୋଷ୍ଟ କରି ଧର୍ମେନ୍ଦ୍ର ବୋଧେ ଏହା ଇସାରା ଦେବାକୁ ଚାହିଁଛନ୍ତି କି ବିଜେଡି ସହ ଆଉ ମେଣ୍ଟ ହେବାର ନାହିଁ ଏବଂ ବିଜେପିର ଏକାକୀ ଲଢିବାର ଏହି ନିଷ୍ପତ୍ତି କାୟମ ରହିବ।ସେହିପରି ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ମଧ୍ୟ ମନମୋହନ ସାମଲଙ୍କ ପୋଷ୍ଟକୁ ରିପୋଷ୍ଟ କରି ଏକ୍ସଲେଣ୍ଟ ବୋଲି କହିଛନ୍ତି। ଶ୍ରୀମତୀ ଷଡ଼ଙ୍ଗୀ ଇମେନ୍ସଲି ଗ୍ରେଟ୍ଫୁଲ୍ କହିଛନ୍ତି। ଏଥି ସହିତ ସାଂସଦ ବିଜେଡିକୁ ଟାର୍ଗେଟ୍ ମଧ୍ୟ କରିଛନ୍ତି। ସେ କହିଛନ୍ତି ଯେ, ମେଣ୍ଟ ପାଇଁ ବିଜେଡି ନିବେଦନ କରିଥିଲା। କିନ୍ତୁ ବିଜେପି ଏହାକୁ ଅଗ୍ରାହ୍ୟ କରିଦେଇଛି।ରାଜ୍ୟ ସଭାପତି ଟୁଇଟ୍ କରିବା ପରେ ସବୁକିଛି ସ୍ପଷ୍ଟ ହୋଇଯାଇଛି। ଭାଜପା ରାଜ୍ୟରେ ଏକାକୀ ଲଢ଼ିବ। ୨୧ ଲୋକ ସଭା ଓ ୧୪୭ ବିଧାନସଭା ଆସନରେ ଦଳ ପ୍ରାର୍ଥୀ ଦେବ। ଦଳର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହିତ ଓଡ଼ିଶାବାସୀ ଏହା ହିଁ ଚାହୁଁଥିଲେ। ମେଣ୍ଟ ପାଇଁ ବିଜୁ ଜନତା ଦଳ ପକ୍ଷରୁ ଯେଉଁ ନିବେଦନ କରାଯାଇଥିଲା, ମୁଁ ଭାବୁଛି ଆମେ ତାକୁ ରିଜେକ୍ଟ କରିଛୁ ବୋଲି ଅପରାଜିତା କହିଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |