IPL ୨୦୨୪:  ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ

ନୂଆଦିଲ୍ଲୀ,୨୩ା୩:  ଚେନ୍ନାଇ ସୁପର କିଙ୍ଗସର ଦମଦାର ବିଜୟ। ଘରୋଇ ଗ୍ରାଉଣ୍ଡରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ୬ ୱିକେଟରେ ହରାଇ ପ୍ରଥମ ବିଜୟ ହାସଲ କରିଛି ଦଳ। ଘାତକ ବୋଲିଂ ପାଇଁ ମୁସ୍ତାଫିଜୁର ରେହମାନ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି। ୧୭ତମ ଆଇପିଏଲର ସଂସ୍କରଣରର ପ୍ରଥମ ମ୍ୟାଚ୍ ଚେନ୍ନାଇର ଚିପକ ଷ୍ଟାଡିୟମରେ ଖେଳା ଯାଇଥିଲା। ଏହି ମ୍ୟାଚରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆରସିବି। ଦଳ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୭୩ ରନ୍ ସଂଗ୍ରହ କରିଥିଲା। ୧୭୪ ରନକୁ ପିଛା କରି ଚେନ୍ନାଇ ୧୮.୪ ଓଭରରେ ୪ ୱିକେଟ ବିନିମୟରେ ଜିତି ନେଇଛି।    ବେଙ୍ଗାଲୁରୁ ପକ୍ଷରୁ ବିରାଟ କୋହଲି ଓ ଡୁପ୍ଲେସିସ୍ ପାଳି ଆରମ୍ଭ କରିଥିଲେ। ଉଭୟଙ୍କ ଭାଗିଦାରୀରେ ଦଳ ୪୧ ରନ୍ ସଂଗ୍ରହ କରିଥିଲା। ୪.୩ ଓଭର ଖେଳ ଚାଲିଥିବା ବେଳେ ଡୁପ୍ଲେସିସଙ୍କୁ ପାଭିଲିଅନ ପଠାଇଥିଲେ ମୁସ୍ତାଫିଜୁର। ସେ ୩୫ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଦଳ ବିପର୍ଯ୍ୟର ସାମ୍ନା କରିଥିଲା।ଡୁପ୍ଲେସିସଙ୍କ ପରେ ୩ ନଂରେ ଆସିଥିବା ରଜତ ପଟିଦାର ଖାତା ଖୋଲି ପାରିନଥିଲେ। ତାଙ୍କୁ ମଧ୍ୟ ମୁସ୍ତାଫିଜୁର ଆଉଟ୍ କରାଇ ନେଇଥିଲେ। ଏହାପରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କୁ ପାଭିଲିଅନ ପଠାଇଥିଲେ ଦୀପକ ଚହର। ସେ ମଧ୍ୟ ଖାତା ଖୋଲି ପାରିନଥିଲେ। ୪୨ ରନରେ ଦଳ ୩ ୱିକେଟ୍ ହରାଇଥିଲା। ସତର୍କତାର ସହ ଖେଳୁଥିବା କୋହଲି ମଧ୍ୟ ବଡ଼ ସ୍କୋର୍ କରିପାରିନଥିଲେ। ସେ ୨୧(୨୦) ରନ୍ କରି ଆଉଟ୍ ହୋଇ ଯାଇଥିଲେ। କୋହଲିଙ୍କୁ ମଧ୍ୟ ମୁସ୍ତାଫିଜୁର ଆଉଟ୍ କରାଇଥିଲେ। ଦଳୀୟ ସ୍କୋର୍ ୭୭ ହୋଇଥିବା ବେଳେ ପାଭିଲିଅନ ଫେରିଥିଲେ କୋହଲି। ଏହାପରେ ଦୀନେଶ କାର୍ତ୍ତିକ ଓ ଅନୁଜ ରାୱତ ଲଢୁଆ ବ୍ୟାଟିଂ କରିଥିଲେ। ଉଭୟ ୱିକେଟ ରଖିବା ସହ ବଡ଼ବଡ଼ ସର୍ଟ୍ସ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!