ଜୟରାମଙ୍କୁ ଗିରଫ ପାଇଁ ନୟାଗଡ଼ ଉପଖଣ୍ଡ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ

କୋରାପୁଟ,୨୩।୩:କୋରାପୁଟର ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ଙ୍କୁ ଗିରଫ ପାଇଁ ନୟାଗଡ଼ ଉପଖଣ୍ଡ ମାଜିଷ୍ଟ୍ରେଟ କୋର୍ଟଙ୍କ ନିର୍ଦ୍ଦେଶ । ଜୟରାମ ପାଙ୍ଗୀ ନିଜର ପୂର୍ବତନ ଡ୍ରାଇଭରଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ସହ ଆକ୍ରମଣ ଅଭିଯୋଗ ଘଟଣାରେ ତାଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ । କୋରାପୁଟ ଏସପି ଓ ପଟାଙ୍ଗୀ ଥାନା ଅଧିକାରୀଙ୍କୁ ଜୟରାମ ପାଙ୍ଗୀଙ୍କୁ ଗିରଫ ଲାଗି ନିର୍ଦ୍ଦେଶ ହୋଇଛି । ଜୟରାମ ପାଙ୍ଗୀ ପେଟ୍ରୋଲ ପମ୍ପ ଓ ଗ୍ୟାସ୍ ଡିପୋ ପାଇଁ ଗୋପାଳକୃଷ୍ଣ ଜେନା ବା ଗୋପାଳଙ୍କଠାରୁ ୮୭ ଲକ୍ଷ ଟଙ୍କା ଧାର ନେଇଥିଲେ । ପ୍ରଥମେ ୩୩ ଲକ୍ଷ ପାଇବାର କିଛି ଦିନ ପରେ ଜୟରାମ ସୁଧ ବାବଦକୁ ୧ ଲକ୍ଷ ଟଙ୍କା ଗୋପାଳକୁ ଶୁଝିଥିଲେ l ହେଲେ ପରେ ଟଙ୍କା ନ ମିଳିବାରୁ ଗୋପାଳ ନୟାଗଡ଼ ଉପଖଣ୍ଡ ଦୌରାଜଜଙ୍କ କୋର୍ଟର ଆଶ୍ରୟ ନେଇଥିଲେ lଏହି ମାମଲାରେ ଜୟରାମ ପାଙ୍ଗୀ କୋର୍ଟରୁ ଜାମିନରେ ଆସିଥିଲେ l ପରେ ନୟାଗଡ଼ କୋର୍ଟରେ ହାଜର ହେବାକୁ ସେତେବେଳେ ପଟାଙ୍ଗୀ କୋର୍ଟ ପାଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ l ହେଲେ ଜୟରାମ ପାଙ୍ଗୀ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରଓ୍ବାନା ଜାରି ହୋଇଥିଲା ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!