ନୂଆଦିଲ୍ଲୀ,୨୩।୩ : ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଆଜିଠୁ(ଶନିବାର)ଠାରୁ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଇଡି ର ପଚରାଉଚରା। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କ ଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଉଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ରିମାଣ୍ଡରେ ଥିବା କେଜ୍ରିୱାଲଙ୍କଠାରୁ ମଦ ଦୁର୍ନୀତି ମାମଲାର ବିଭିନ୍ନ ଦିଗକୁ ନେଇ ସତ ଓଗାଳିବାକୁ ଚେଷ୍ଟା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୬ ଦିନିଆ ରିମାଣ୍ହରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ମାର୍ଚ୍ଚ ୨୮ ଯାଏଁ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ବତନ୍ତ୍ର ପିଏମଏଲଏ କୋର୍ଟ। ଏହି ମାମଲାରେ ୯ଥର ସମନ ପାଇବା ସତ୍ବେ କେଜ୍ରିୱାଲ ଇଡିରେ ହାଜର ହୋଇନଥିଲେ। ଗୁରୁବାର ରାତିରେ ତାଙ୍କ ବାସଭବନରୁ ତାଙ୍କୁ ଗିରଫ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଇଡି ହାଜତରେ ରାତି କାଟିବା ପରେ ଶୁକ୍ରବାର ତାଙ୍କୁ ପିଏମଏଲଏ କୋର୍ଟ ରେ ହାଜର କରାଯାଇଥିଲା। ତାଙ୍କୁ ଏହି ଦୁର୍ନତୀର କିଙ୍ଗପିଙ୍ଗ କହିବା ସହ ୧୦ ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଳା ଇଡି। ତେବେ କୋର୍ଟ ୬ ଦିନ ରିମାଣ୍ଡ ପାଇଁ ଅନୁମତି ଦେଇଛନ୍ତି। ଶୁକ୍ରବାର କୋର୍ଟରେ ହାଜିରା ବେଳେ କେଜ୍ରିୱାଲ ପ୍ରଥମ ପ୍ରତିକ୍ରିୟା ରଖି କହିଛନ୍ତି ଯେ , ମୁଁ ଭିତରେ ଥାଏ କି ବାହାରେ ମୋ ଜୀବନ ସବୁବେଳେ ଦେଶ ପାଇଁ ସମର୍ପିତ। ଏସବୁ ଭିତରେ ଦେଶବ୍ୟାପୀ ଆପ୍ ନେତା ଓ କର୍ମୀଙ୍କ ବିକ୍ଷୋଭ ଜାରି ରହିଛି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |