ନୂଆଦିଲ୍ଲୀ,୨୩।୩: ଋଷର ରାଜଧାନୀ ମସ୍କୋରୁ ଏକ ବଡ ଖବର ସାମ୍ନାକୁ ଆସିଛି । ଏକ ସପିଂ ମଲରେ ଆତଙ୍କବାଦୀ ଆକ୍ରମଣ ହୋଇଛି । ୟୁନିଫର୍ମ ପିନ୍ଧିଥିବା ଆକ୍ରମଣକାରୀମାନେ ଆଖିବୁଜା ଗୁଳି ଚଳାଇଥିବା ବେଳେ ଏହି ଆକ୍ରମଣରେ ୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୪୦ରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି । ୫ ଜଣ ଅଜଣା ଆତତାୟୀ ଆସି ଏଭଳି କାଣ୍ଡ ଘଟାଇଥିବା ଜଣାପଡିଛି ।ଗୁଳିକାଣ୍ଡ ପରେ ମଲରେ ହଇଚଇ ସୃଷ୍ଟି ହୋଇଥିଲା । ଆହତମାନଙ୍କୁ ସଙ୍ଗେ ସଙ୍ଗେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମିଳିଥିବା ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ସେନାର ୟୁନିଫର୍ମରେ ଥିଲେ । ଆକ୍ରମଣକାରୀମାନେ କ୍ରୋକସ୍ ସିଟି ହଲ୍ ଉପରକୁ ଗ୍ରେନେଡ୍ ଫିଙ୍ଗିଥିଲେ, ଯାହା ଫଳରେ ମଲ୍ ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ମଲ୍ ରେ ଏବେ ବି ଶହ ଶହ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ନିକଟରେ ପୁଟିନ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି । ଏହାପରେ ଆତଙ୍କବାଦୀ ଆକ୍ରମଣକୁ ଏକ ଷଡଯନ୍ତ୍ର ବୋଲି ବିଚାର କରାଯାଉଛି । ରୁଷର ରାଜଧାନୀ ମସ୍କୋରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନିନ୍ଦା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଦୁଃଖ ସମୟରେ ରୁଷ ସହ ଭାରତ ଠିଆ ହୋଇଛି ବୋଲି ସେ କହିଛନ୍ତି।ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ସେ କହିଛନ୍ତି, ‘ମସ୍କୋରେ ହୋଇଥିବା ଜଘନ୍ୟ ଆତଙ୍କବାଦୀ ଆକ୍ରମଣକୁ ଆମେ ଦୃଢ ଭାବେ ନିନ୍ଦା କରୁଛୁ। ଆମର ସଦ୍ଭାବନା ଏବଂ ପ୍ରାର୍ଥନା ପୀଡିତଙ୍କ ପରିବାର ଲୋକଙ୍କ ସହ ଅଛି। ଏହି ଦୁଃଖଦ ସମୟରେ ଭାରତ ରୁଷିଆ ସରକାର ଓ ସେଠାର ଲୋକଙ୍କ ସହିତ ଛିଡା ହୋଇଛି।’
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |