ମୋଦି-ବିଲ୍‌ ଗେଟ୍ସ ଆଲୋଚନା:ଗାଁରେ ପହଞ୍ଚିବ ଡିଜିଟାଲ୍‌ ସେବା

ନୂଆଦିଲ୍ଲୀ,୨୯ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ମାଇକ୍ରୋସଫ୍ଟ ସହ ପ୍ରତିଷ୍ଠାତା ବିଲ୍‌ ଗେଟ୍ସଙ୍କ ମଧ୍ୟରେ  ଆଲୋଚନା ହୋଇଛି।  ଉଭୟଙ୍କ ମଧ୍ୟରେ ଜଳବାୟୁ ପରିବର୍ତ୍ତନ, AI, ସ୍ୱାସ୍ଥ୍ୟ, ଶିକ୍ଷା, ବିଜ୍ଞାନ, ଡିଜିଟାଲ ପେମେଣ୍ଟ ଇତ୍ୟାଦି ବିଷୟକୁ ନେଇ ଆଲୋଚନା ହେଉଛି । ଏହି ଆଲୋଚନାର ଥୀମ୍ ହେଉଛି ‘ଫ୍ରମ୍ AI ଟୁ ଡିଜିଟାଲ ପେମେଣ୍ଟ୍‌ସ’ । ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି, ସବୁ ଗାଁ ଗାଁକୁ ଡିଜିଟାଲ ସେବା ପହଞ୍ଚିବ। ଏଆଇଠାରୁ ଆରମ୍ଭ କରି ସ୍ବାସ୍ଥ୍ୟ ଏବଂ ଜଳବାୟୁ ସମ୍ପର୍କରେ ମୋଦି ଆଲୋଚନା କରିଛନ୍ତି। କୃଷି କ୍ଷେତ୍ରରେ ବଡ଼ ଧରଣର ବିପ୍ଲବ ଆସିଥିବା ପ୍ରଧାନମନ୍ତ୍ରୀ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି।ଏଆଇ ବିକାଶରେ ବିଶ୍ବରେ ଭାରତ ସାଜିବ ପଥପ୍ରଦର୍ଶକ। ପିଏମ ମୋଦିଙ୍କ ସହ କଥା ହେବା ବେଳେ କିଛ ଏମିତି କହିଛନ୍ତି ପ୍ରସିଦ୍ଧ ଶିଳ୍ପପତି ବିଲଗେଟ୍ସ। କିଛି ଦିନ ତଳେ ବିଲଗେଟ୍ସ ଭାରତ ଆସିଥିବା ବେଳେ ପିଏମ ମୋଦିଙ୍କ ସହ ସାକ୍ଷାତ କରିଥିଲେ।  ଯେଉଁଥିରେ ପିଏମଙ୍କ ସହ କଥା ହେବା ସମୟରେ ଭାରତରେ ଟେକ୍ନୋଲୋଜି ବିକାଶ କଥା ମଧ୍ୟ କହୁଛନ୍ତି ବିଲ୍ ଗେଟ୍ସ। କିଭଳି ଭାରତୀୟ କେବଳ ଟେକ୍ନୋଲୋଜି ବିକାଶକୁ ଗ୍ରହଣ କରିଛନ୍ତି ତା ନୁହେଁ ଏହାର ବ୍ୟବହାରକୁ ସହଜ କରିବା ସମେତ ବିଶ୍ବରେ ଟେକ୍ନୋଲୋଜି ବିକାଶରେ ଭାରତ ନେତୃତ୍ବ ସାଜୁଛି ବୋଲି ପିଏମ ମୋଦିଙ୍କୁ ଜଣାଇଛନ୍ତି ବିଲଗେଟ୍ସ। ଏହାର ସଂପୂର୍ଣ୍ଣ ଭିଡିଓ ଆଜି ରିଲିଜ କରାଯିବା ନେଇ ସୂଚନା ରହିଛି।ପ୍ରଧାନମନ୍ତ୍ରୀ କହିଛନ୍ତି, ଇଣ୍ଡୋନେସିଆରେ ହେବାକୁ ଥିବା ଜି -୨୦ ଶିଖର ସମ୍ମିଳନୀରେ ସାରା ବିଶ୍ୱର ପ୍ରତିନିଧିମାନେ ଦେଶରେ ଡିଜିଟାଲ ବିପ୍ଳବ ବିଷୟରେ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ମୁଁ ସେତେବେଳେ କହିଥିଲି ଯେ,ଆମେ ଟେକ୍ନୋଲୋଜିକୁ ବିମୁଦ୍ରୀକରଣ କରିଛୁ, ଯାହାଫଳରେ କାହାର ଏକଚାଟିଆ ନ ଥିବ। ଏହା ଲୋକମାନଙ୍କ ଦ୍ୱାରା ଏବଂ ଲୋକଙ୍କ ପାଇଁ ଅଟେ। ସେ ଆହୁରି ମଧ୍ୟ କହିଛନ୍ତି, ସେ ୨ ଲକ୍ଷ ଆରୋଗ୍ୟ ମନ୍ଦିର ନିର୍ମାଣକରିଛନ୍ତି। ସ୍ବାସ୍ଥ୍ୟ କ୍ଷେତ୍ର ଏବଂ ଡାକ୍ତରଖାନାଗୁଡ଼ିକୁ ଟେକ୍ନୋଲୋଜି ସହିତ ଯୋଡ଼ିଛନ୍ତି। ୩ ଲକ୍ଷ କୋଟି ଲକ୍ଷପତି ଦିଦି ସୃଷ୍ଟି କରିବା ମଧ୍ୟ ଆମର ଲକ୍ଷ୍ୟ ବୋଲି ସେ ବିଲ୍‌ ଗେଟ୍ସଙ୍କୁ କହିଛନ୍ତି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!