ମୁମ୍ବାଇ ଇଣ୍ଡିଆନ୍ସ ପରାସ୍ତ, ୩୧ ରନ୍‌ରେ ଜିତିଲା ହାଇଦ୍ରାବାଦ

ଇତିହାସ ରଚିଲା ସନରାଇଜର୍ସ ହାଇଦ୍ରାବାଦ। ଆଇପିଏଲ୍ ଇତିହାସରେ ସର୍ବାଧିକ ଦଳଗତ ସ୍କୋରର ରେକର୍ଡ କଲା ହାଇଦ୍ରାବାଦ। ମୁମ୍ବାଇ ବିପକ୍ଷରେ ହାଇଦ୍ରାବାଦର ବିଶାଳ ୨୭୭ ରନ୍‌ର ସ୍କୋର। ବାଙ୍ଗାଲୋରର ସର୍ବାଧିକ ୨୬୩ ରନ୍‌ର ରେକର୍ଡ ଭାଙ୍ଗିଲା ହାଇଦ୍ରାବାଦ। ୨୦୧୩ରେ ପୁନେ ବିପକ୍ଷରେ ୨୬୩ ରନ୍‌ କରିଥିଲା ବାଙ୍ଗାଲୋର।ହାଇଦ୍ରାବାଦରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଘରୋଇ ଦଳ ମୁମ୍ବାଇ ବିପକ୍ଷରେ ୨୭୭ ରନ୍‌ରୱ ବିଶାଳ ସ୍କୋର୍‌ ଠିଆ କରିଛି। ମୁମ୍ବାଇକୁ ଜିତିବାକୁ ହେଲେ ୨୭୮ ରନ୍‌ର ଟାର୍ଗେଟ ପିଛା କରିବାକୁ ପଡ଼ିବ। ହାଇଦ୍ରାବାଦ ପକ୍ଷରୁ ଓପନିଂ କରିବାକୁ ଆସିଥିବା ଅଷ୍ଟ୍ରେଲିଆ ଖେଳାଳି ଟ୍ରାଭିସ୍‌ ହେଡ୍‌ ଦଳକୁ ଦମଦାର ଷ୍ଟାର୍ଟ ଦେଇଥିଲେ। ହେଡ୍‌ ୨୪ ବଲ୍‌ରେ ଧୂଆଁଧାର ୬୨ ରନ୍‌ କରିଥିଲେ। ଏହାପରେ ଭାରତୀୟ ଯୁବ ଖେଳାଳି ଅଭିଷେକ ଶର୍ମା ମାତ୍ର ୨୩ ବଲ୍‌ରେ ୬୩ ରନ୍‌ କରିଥିଲେ। ଶେଷରେ ଆଡମ ମାର୍କ୍ରମ ଓ ହେନରିଚ୍ କ୍ଳାସନ ମଧ୍ୟରେ ଦମଦାର ପାର୍ଟନରସିପ୍ ହୋଇଥିଲା। ଦୁଇ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ହାଇଦ୍ରାବାଦରେ ସ୍କୋର ୨୭୭ରେ ପହଞ୍ଚାଇଥିଲେ। ମାର୍କ୍ରମ ୨୮ ବଲରୁ ୨ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୨ ରନର ବିସ୍ଫୋରକ ଇଂନିସ ଖେଳିଥିଲେ। କ୍ଳାସନ ୩୪ ବଲରୁ ୪ଟି ଚୌକା ଓ ୭ଟି ବିଶାଳ ଛକା ସହାୟତାରେ ଅବିଶ୍ୱସନୀୟ ୮୦ ରନର୍ ଇଂନିସ ଖେଳିଥିଲେ। ଅନ୍ୟପଟେ ମୁମ୍ବାଇର ପ୍ରାୟ ସମସ୍ତ ବୋଲର ମହଙ୍ଗା ସାବ୍ୟସ୍ତ ହୋଇଥିଲେ । ଯୁବ ବୋଲର ମଫାକା ୪ ଓଭରରେ ସର୍ବାଧିକ ୬୬ ରନ ବ୍ୟୟ କରିଥିଲେ । କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟା ୪ ଓଭରରେ ୪୬, ଜଶପ୍ରୀତ ବୁମରା ୪ ଓଭରରେ ୩୬, କଟଜି ୪ ଓଭରରେ ୫୭ ରନ ବ୍ୟୟ କରିଥିଲେ ।

 

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!