କେମିକାଲ ରଙ୍ଗ ଖେଳି ୨୦ ଗୁରୁତର

ବଲାଙ୍ଗୀର: ହୋଲିରେ କେମିକାଲ ମିଶ୍ରିତ ରଙ୍ଗ ଖେଳି ୨୦ ଗୁରୁତର। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଝିରେ ଏହି ଘଟଣା ଘଟିଛି। ସମସ୍ତ ଅସୁସ୍ଥଙ୍କୁ ବଲାଙ୍ଗୀର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗତ ୨୬ ତାରିଖରେ କଣ୍ଟାବାଞ୍ଝି ସହରର ଅଶୋକ ନଗର ଓ ଆନନ୍ଦ ନଗରର ୨୦ ଜଣ ଯୁବକଙ୍କୁ କିଛି ଲୋକ କେମିକାଲ ମିଶ୍ରିତ ରଙ୍ଗ ଲଗାଇଥିଲେ। ଏହାର ପ୍ରଭାବ ବୁଧବାର ସନ୍ଧ୍ୟାରେ ଦେଖିବାକୁ ମିଳିଥିଲା। ଶରୀରରେ କ୍ଷତ ଦାଗ ସୃଷ୍ଟି ହେବା ପରେ ରାତିରେ ସମସ୍ତଙ୍କୁ କଣ୍ଟାବାଞ୍ଝି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ ଭୀମ ଭୋଈ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏ ନେଇ କଣ୍ଟାବାଞ୍ଝି ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ । ରଙ୍ଗରେ ବିଦପୂର୍ଣ୍ଣ କେମିକାଲ ମିଶିଥିବାରୁ ଏପରି ହୋଇଥିବା ସନ୍ଦେହ କରାଯାଉଛି।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!