ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର

ନବରଙ୍ଗପୁର(ମିହିର ଶଙ୍କର ପାତ୍ର) :-ବନ୍ଦକନା ଗ୍ରାମ ନିକଟ ଜଙ୍ଗଲରେ ଭାଲୁ ଆକ୍ରମଣ ରେ ଯୁବକ ଗୁରୁତ୍ୱର।ଆଜି ସଖାଳ 6 ଘଣ୍ଟା ବେଳେ ମହୁଲ ଗଟାଇବା ପାଇଁ ଝରିଗାଁ ବନବିଭାଗ ଅଧୀନରେ ଥିବା ଜଙ୍ଗଳକୁ ବନ୍ଦକନା ଗ୍ରାମର ଯୁବକ ତ୍ରିନାଥ ମୁଦୁଲି ଯାଇଥିଲା। ମହୁଲ ଗଟାଉଥିବା ସମୟରେ ପଛପଟୁ ଭାଲୁ ଆକ୍ରମଣ କରିଥିଲା। ଏହି ଖବର ଜାଣିବା ପରେ ତାଙ୍କୁ ପ୍ରତ୍ମିକ ଚିକିତ୍ସା ପାଇଁ ଗ୍ରାମବାସୀ ମାନେ ଆମ୍ବୁଲାନ୍ସ ମାଧ୍ୟମରେ ଡାବୁଗାଁ ସ୍ୱାସ୍ଥକେନ୍ଦ୍ର କୁ ଆଣିଥିଲେ ଏଵଂ ତାଙ୍କ ଅବସ୍ଥା ଗୁରୁତ୍ୱର ଥିବାରୁ ପ୍ରାତ୍ମିକ ଚିକିତ୍ସା ପରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି। ବର୍ତମାନ ଏହି ବିଷୟରେ ସ୍ଥାନୀୟ ସରପଞ୍ଚଙ୍କ ଶହ ଯାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର ବର୍ଗ। ପୋଲିସ ଏଵଂ ବନବିଭାଗ କର୍ମଚାରିଙ୍କ ତଦନ୍ତ ପରେ ପ୍ରକୃତ ଘଟଣାଟି ଜଣାପଡିବ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!