ନୂଆଦିଲ୍ଲୀ,୨୯।୩: ଦକ୍ଷିଣ ଆଫ୍ରିକାରେ ଏକ ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। ଏଥିରେ ୪୫ ଜଣଙ୍କ ମୃତ୍ୟୁ ଘଟିଛି। ପରିବହନ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ଗୁରୁବାର ଏକ ଯାତ୍ରୀବାହୀ ବସ୍ ପୋଲରୁ ଖାଇକୁ ଖସି ପଡିଥିଲା। ଦକ୍ଷିଣ ଆଫ୍ରିକାରେ ଦୁର୍ଘଟଣା ପରେ ତୀର୍ଥଯାତ୍ରୀ ବସ୍ ଜଳିଯାଇ ଏହି ଅଘଟଣ ଘଟିଛି। ୪୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି। ଉତ୍ତରାଞ୍ଚଳ ଲିମ୍ପୋପୋରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ବସ୍ଟି ଦୁର୍ଘଟଣା ହେବା ପରେ ଜଳିଯାଇଥିଲା।ଦକ୍ଷିଣ ଆଫ୍ରିକାର ରାଜଧାନୀ ଜୋହାନସବର୍ଗଠାରୁ ପ୍ରାୟ ୩୦୦ କିଲୋମିଟର ଦୂରରେ ଏହି ଦୁର୍ଘଟଣା ଘଟିଛି। ମୋକୋପେନ୍ ଓ ମାର୍କେନ ମଧ୍ୟରେ ଏହି ଦୁର୍ଘଟଣା ଘଟିଛି। ମୃତାହତମାନେ ବୋଟସ୍ୱାନାର ରାଜଧାନୀ ଗାବୋରୋନରୁ ମୋରିଆ ସହରକୁ ଇଷ୍ଟର ପାଳନ କରିବା ପାଇଁ ଯାଉଥିଲେ। ବସ୍ଟି ଏକ ପାହାଡ଼ିଆ ଅଞ୍ଚଳରେ ଥିବା ବ୍ରିଜ୍ ଅତିକ୍ରମ କରୁଥିବା ବେଳେ ଭାରସାମ୍ୟ ହରାଇ ସୁରକ୍ଷା ବାଡ଼ରେ ପିଟି ହୋଇଥିଲା ଓ ବ୍ରିଜ୍ ତଳକୁ ଖସି ପଡ଼ିଥିଲା। ବସ୍ଟି ତଳେ ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ବସ୍ଟି ପୂରା ଜଳି ଯାଇଛି। ତା’ ସହିତ ଅନେକ ମୃତକ ମଧ୍ୟ ଜଳି ଯାଇଛନ୍ତି।
ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |