RBIର ୯୦ ବର୍ଷ ପୂର୍ତ୍ତି ଅବସରରେ ୯୦ ଟଙ୍କିଆ କଏନ ଜାରି କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୪: ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କ ଏହାର ୯୦ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଛି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସ୍ୱତନ୍ତ୍ର ୯୦ ଟଙ୍କିଆ ମୁଦ୍ରା ଜାରି କରିଛନ୍ତି । ମୁମ୍ବାଇରେ ଆୟୋଜିତ ଏହି ଉତ୍ସବରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିମାଳା ସୀତାରମଣ, ଆରବିଆଇ ଗଭର୍ନର ଶକ୍ତିକାନ୍ତ ଦାସ ଏବଂ ଆରବିଆଇର ଅନ୍ୟ ସଦସ୍ୟମାନେ ଯୋଗ ଦେଇଛନ୍ତି । କହିରଖୁଛୁ ୯୯.୯୯% ଶୁଦ୍ଧ ରୂପାରେ ନିର୍ମିତ ଏବଂ ପ୍ରାୟ ୪୦ ଗ୍ରାମ ଓଜନ ବିଶିଷ୍ଟ ଏହି ବିଶେଷ ମୁଦ୍ରା ୯ ଦଶନ୍ଧି ଧରି ଆରବିଆଇର ସମୃଦ୍ଧ ଇତିହାସ ଏବଂ ସଫଳତାର ପ୍ରତୀକ ଅଟେ ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାରି କରିଥିବା ଏହି ବିଶେଷ ମୁଦ୍ରାର କେନ୍ଦ୍ର(ମଧ୍ୟ ଭାଗ)ରେ RBIର ପ୍ରତୀକ(emblem) ରହିଛି । ଏହାର ତଲେ ‘RBI@90’ ଲେଖା ରହିଛି । ଯାହା ଅନୁଷ୍ଠାନର ସ୍ଥାୟୀ ଐତିହ୍ୟ ଏବଂ ଭାରତର ଆର୍ଥିକ ସ୍ଥିରତା ବଜାୟ ରଖିବାରେ ଭୂମିକା ପ୍ରତିପାଦିତ କରୁଛି । ଏହି ମୁଦ୍ରାରେ ଭାରତର ଐତିହ୍ୟ ଏବଂ ଗଣତାନ୍ତ୍ରିକ ନୀତିର ପ୍ରତୀକ ଥିବା ଅଶୋକ ସ୍ତମ୍ଭର ସିଂହକୁ ଦର୍ଶାଯାଇଛି । ଏହା ସହ ତଲେ ଦେବନାଗରୀ ଲିପିରେ ‘ସତ୍ୟମେବ ଜୟତେ’ ଖୋଦିତ ରହିଛି ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!