OSSC ମାଧ୍ୟମରେ ଓଡ଼ିଶାରେ ପୂରଣ ହେବ ୬୦୦ରୁ ଅଧିକ ପଦବୀ

ଭୁବନେଶ୍ୱର,୨।୪:  ଓଡ଼ିଶାରେ ସରକାରୀ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (OSSC) ନିକଟରେ ଏକ ନୂତନ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ୬୦୦ରୁ ଅଧିକ ପଦବୀ ପୂରଣ ହେବ।ଏନଟିସି / ଏନଏସି ଧାରୀଙ୍କ ପାଇଁ ୧୨୫ଟି ଓ ଡିପ୍ଲୋମା / ଡିଗ୍ରୀ ଧାରୀଙ୍କ ପାଇଁ ୧୨୫ଟି ପଦ ଖାଲି ରହିଛି । ପ୍ରଥମ ପଦ ପାଇଁ ପ୍ରାର୍ଥୀ ଏନଟିସି / ଏନଏସି/ ଆଇଟିଆଇ ପାସ କରିଥିବା ଆବଶ୍ୟକ । ସେହିପରି ଦ୍ୱିତୀୟ ପଦ ପାଇଁ ପ୍ରାର୍ଥୀ ସର୍ବଭାରତୀୟ ବୈଷିୟକ ଶିକ୍ଷା ପରିଷଦ (ଏଆଇସିଟିଇ) ଦ୍ୱାରା ସ୍ୱୀକୃତିପ୍ରାପ୍ତ ଶିକ୍ଷାନୁଷ୍ଠାନ / ବୋର୍ଡ/ ୟୁନିଭରସିଟିରୁ ଡିପ୍ଲୋମା / ବି.ଇ/ ବି.ଟେକ ପାସ୍ କରିଥିବା ଆବଶ୍ୟକ ।ଏହି ନିଯୁକ୍ତି ମାଧ୍ୟମରେ କେୟାର୍‌ଟେକର୍, ଆୟୁର୍ବେଦିକ୍ ଆସିଷ୍ଟାଣ୍ଟ, ୟୁନାନି ଆସିଷ୍ଟାଣ୍ଟ୍‌, ଅମିନ ଆଦି ପଦବୀ ପୂରଣ ହେବ। ଏଥିପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡିବ। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ୬୭୩ଟି ପଦବୀ ପୂରଣ ହେବ।ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ OSSC ର ଅଫିସିଆଲ୍ ୱେବସାଇଟ୍ www.ossc.gov.inକୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଅଫିସିଆଲ୍ ୱେବସାଇଟ୍‌କୁ ଯାଇ What’s New ତାଲିକାରେ ଯାଞ୍ଚ କରନ୍ତୁ ଏବଂ Advt No.:1465/OSSC Dated: 30.03.2024 ର View Pdf ଉପରେ କ୍ଲିକ୍ କରନ୍ତୁ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ଓଡିଆନ୍ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ଓଡିଆନ୍ ନ୍ୟୁଜ ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

SUPPORT US

Spread the love
error: Content is protected !!